Odisha Link
Bridging the Missing Links in Odisha

ହକି ବିଶ୍ୱକପ : ସାଉଥ୍ ଆଫ୍ରିକା ଠାରୁ ୧-୦ ରେ ଜିତିଲା ଆର୍ଜେଣ୍ଟିନା

ବର୍ତ୍ତମାନ ମ୍ୟାଚ ଅଷ୍ଟ୍ରେଲିଆ ଏବଂ ଫ୍ରାନ୍ସ ମଧ୍ୟରେ ଜାରି ରହିଛି

ଓଏଲ୍ ବ୍ୟୁରୋ : ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଶେଷ ହୋଇଛି ବିଶ୍ଵକପର ପ୍ରଥମ ମ୍ୟାଚ୍। ଆଜି ଅନୁଷ୍ଠିତ ହୋଇଥିବା ପ୍ରଥମ ମ୍ୟାଚ୍ ଆର୍ଜେଣ୍ଟିନା ବିପକ୍ଷରେ ସାଉଥ୍ ଆଫ୍ରିକା ଖେଳୁଥିଲା। ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଏହି ପ୍ରଥମ ମ୍ୟାଚରେ ଆର୍ଜେଣ୍ଟିନା ସାଉଥ୍ ଆଫ୍ରିକା ଠାରୁ୧-୦ ରେ ଜିତିଛି।

ସୂଚନା ଅନୁସାରେ, ହକି ବିଶ୍ୱକପର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେଉଥିବା ଉଦ୍ଘାଟନୀ ମ୍ୟାଚରେ ଉଭୟ ଦଳ ମଧ୍ୟରେ କଡା ଟକର ହେଇଥିଲେ ବି ତୃତୀୟ ହାଫରେ ଆର୍ଜେଣ୍ଟିନା ଦଳ ସାଉଥ୍ ଆଫ୍ରିକାକୁ ଗୋଟିଏ ଗୋଲ ଦେଇଥିଲା। ବର୍ତ୍ତମାନ ମ୍ୟାଚ ଅଷ୍ଟ୍ରେଲିଆ ଏବଂ ଫ୍ରାନ୍ସ ମଧ୍ୟରେ ଜାରି ରହିଛି। ବିଶ୍ୱକପ ଇତିହାସରେ ଅଷ୍ଟ୍ରେଲିଆ ୩ ଥର ବିଶ୍ୱ ବିଜୟୀ ହୋଇସାରିଛି।

ହକି ମହାକୁମ୍ଭର ଦମଦାର ଉଦଘାଟନୀ ଉତ୍ସବ ପରେ ଆଜିଠୁ ଆରମ୍ଭ ହୋଇଛି ଏହି ମେଗା ଟୁର୍ଣ୍ଣାମେଣ୍ଟ। ଅନ୍ୟପକ୍ଷେ ରାଉରକେଲାରେ ଆରମ୍ଭ ହେବାକୁ ଯାଉଛି ଭାରତ ଓ ସ୍ପେନ ମଧ୍ୟରେ ପ୍ରଥମ ମ୍ୟାଚ। ହରମନ୍‌ପ୍ରୀତଙ୍କ ନେତୃତ୍ବାଧୀନ ଭାରତୀୟ ଦଳ ପ୍ରଥମ ମ୍ୟାଚ ଆରମ୍ଭ କରିବ। ଓଡ଼ିଆ ପୁଅ ଅମିତ ରୋହିତ ଦାସ ଦଳର ଉପଅଧିନାୟକ ଭାବେ ଖେଳିବେ।

ଅନ୍ୟ ମ୍ୟାଚରେ ଇଂଲଣ୍ଡ ବିପକ୍ଷରେ ୱେଲସ ଖେଳିବା ନେଇ ସୂଚନା ରହିଛି। ପୂର୍ବରୁ ହକି ବିଶ୍ଵକପ ଉଦ୍ଘାଟନୀ ସମାରୋହ କଟକ ବାରବାଟି ଷ୍ଟାଡିୟମରେ ଆୟୋଜିତ ହୋଇଥିଲା। ହକି ବିଶ୍ଵକପକୁ ନେଇ ସମସ୍ତଙ୍କ ଉତ୍ସାହ ଦେଖିବାକୁ ମିଳିଥିଲା। ତେବେ ଆରମ୍ଭ ହେବାକୁ ଥିବା ଏହି ହକି ବିଶ୍ୱକପରେ ଭାରତ ବିଜୟ ଲାଭ କରିବ ବୋଲି ଆଶା ରହିଛି।

Leave A Reply

Your email address will not be published.