Odisha Link
Bridging the Missing Links in Odisha

ଆଜିଠୁ ହକି ବିଶ୍ବକପ୍‌ ମହାସମର

ପୁରୁଷ ହକି ବିଶ୍ୱକପର ଉଦ୍ଘାଟନୀ ଦିବସରେ ୪ଟି ମ୍ୟାଚ ଖେଳାଯିବ

ଓଏଲ୍‌ ବ୍ୟୁରୋ : ଆଜିଠୁ ଓଡ଼ିଶାରେ ଆରମ୍ଭ ହେବାକୁ ଯାଉଛି ହକି ମହାକୁମ୍ଭ। ମୋଟ ୧୬ଟି ଦଳ ଭାଗ ନେବେ ଏହି ମହାକୁମ୍ଭରେ।  ହକି ମହାକୁମ୍ଭକୁ ନେଇ ହକି ପ୍ରେମୀ ଉତ୍ସାହ ଥିବାବେଳେ ରାଉରକେଲା ଓ ଭୁବନେଶ୍ୱରରେ ଆଜି ହକି ବିଶ୍ୱକପ ଅନୁଷ୍ଠିତ ହେବ। ପୁରୁଷ ହକି ବିଶ୍ୱକପର ଉଦ୍ଘାଟନୀ ଦିବସରେ ୪ଟି ମ୍ୟାଚ ଖେଳାଯିବ।

ତେବେ ହକି ବିଶ୍ୱକପ ଉଦ୍‌ଘାଟନୀ ମ୍ୟାଚ ରାଉରକେଲା ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ଭାରତ ଓ ସ୍ପେନ ମଧ୍ୟରେ ପ୍ରଥମ ମ୍ୟାଚ ଆରମ୍ଭ ହେବ। ହରମନ୍‌ପ୍ରୀତଙ୍କ ନେତୃତ୍ବାଧୀନ ଭାରତୀୟ ଦଳ ପ୍ରଥମ ମ୍ୟାଚ ଆରମ୍ଭ କରିବ। ଓଡ଼ିଆ ପୁଅ ଅମିତ ରୋହିତ ଦାସ ଦଳର ଉପଅଧିନାୟକ ଭାବେ ଖେଳିବେ। ଅନ୍ୟ ମ୍ୟାଚରେ ଇଂଲଣ୍ଡ ବିପକ୍ଷରେ ୱେଲସ ଖେଳିବା ନେଇ ସୂଚନା ରହିଛି। ଅପରପକ୍ଷେ ରାଜଧାନୀ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଆର୍ଜେଣ୍ଟିନା ବିପକ୍ଷରେ ଦକ୍ଷିଣ ଆଫ୍ରିକା ଖେଳିବା ସହ ଅନ୍ୟ ମ୍ୟାଚରେ ଅଷ୍ଟ୍ରେଲିଆ ସହ ଫ୍ରାନ୍ସ ଖେଳିବ।

ପୂର୍ବରୁ ହକି ବିଶ୍ଵକପ ଉଦ୍ଘାଟନୀ ସମାରୋହ କଟକ ବାରବାଟି ଷ୍ଟାଡିୟମରେ ଆୟୋଜିତ ହୋଇଥିଲା। ହକି ବିଶ୍ଵକପକୁ ନେଇ ସମସ୍ତଙ୍କ ଉତ୍ସାହ ଦେଖିବାକୁ ମିଳିଥିଲା। ତେବେ ଆରମ୍ଭ ହେବାକୁ ଥିବା ଏହି ହକି ବିଶ୍ୱକପରେ ଭାରତ ବିଜୟ ଲାଭ କରିବ ବୋଲି ଆଶା ରହିଛି।

Leave A Reply

Your email address will not be published.