Odisha Link
Bridging the Missing Links in Odisha

ଓଲଟିଲା ପିକ୍‌ଅପ୍‌ ଭ୍ୟାନ୍‌, ଜଣେ ମୃତ ୫ ଗୁରୁତର

କୌଣସି କାରଣରୁ ପିକଅପ୍ ଭ୍ୟାନଟି ଭାରସାମ୍ୟ ହରାଇ ଓଲଟିପଡ଼ିଥିଲା

ଓଏଲ୍‌ ବ୍ୟୁରୋ : ଭୋଜି ଖାଇ ଫେରିବା ସମୟରେ ଘଟିଲା ସଡକ ଦୁର୍ଘଟଣା। ଦୁର୍ଘଟଣାରେ ସମ୍ମୁଖୀନ ହୋଇ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଛି। ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ବୁଢିପଦର ଗାଁ ନିକଟରେ।

ଏକ ପିକଅପ୍ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଘଟଣାସ୍ଥଳରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ, ୫ ଜଣ ଗୁରୁତର ହୋଇଥିବାର ଖବର ମିଳିଛି। ମୃତ ବ୍ୟକ୍ତି ଜଣକ ହେଲେ ଗମ୍ଭୀର ଚଣ୍ଡୀ। ଆହତ ହୋଇଥିବା ୫ ଜଣ ଗୁରୁତର ବ୍ୟକ୍ତିଙ୍କୁ ଚିକିତ୍ସାଳୟ ସ୍ତାନାନ୍ତର କରାଯାଇଛି।

ଖବର ଅନୁସାରେ, ବଙ୍ଗୋମୁଣ୍ଡା ବ୍ଲକ ବୁଢିପଦର ଗାଁର ଏକ ପରିବାର ଗତକାଲି ମୋଦିବାହାଲ ବ୍ଲକର ସିଲେଟପଡ଼ା ଗାଁକୁ ଭୋଜି ଖାଇବାକୁ ଯାଇଥିଲେ। ସନ୍ଧ୍ୟାରେ ସେମାନେ ଏକ ପିକଅପ୍ ଭ୍ୟାନ୍ ଯୋଗେ ନିଜ ଗାଁକୁ ଫେରୁଥିବା ସମୟରେ ବୁଢିପଦର ଗାଁ ନିକଟରେ କୌଣସି କାରଣରୁ ପିକଅପ୍ ଭ୍ୟାନଟି ଭାରସାମ୍ୟ ହରାଇ ଓଲଟିପଡ଼ିଥିଲା।

ଏଭଳି ଅଭାବନୀୟ ଘଟଣା ଯୋଗୁଁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ଜଣା ପଡିଛି। ଏନେଇ ସିନ୍ଧେକେଲା ଥାନାରେ ଏକ ମାମଲା ରୁଜୁ ହେବା ସହିତ ଘଟଣାର ତଦନ୍ତ କରୁଛି ପୁଲିସ।

Leave A Reply

Your email address will not be published.