Odisha Link
Bridging the Missing Links in Odisha

ନେପାଳ ବିମାନ ଦୁର୍ଘଟଣା: ସମସ୍ତ ୭୨ ଯାତ୍ରୀ ମୃତ, ମୃତକଙ୍କ ମଧ୍ୟରେ ଅଛନ୍ତି ୫ ଭାରତୀୟ

ଓଏଲ୍‌ ବ୍ୟୁରୋ: ନେପାଳରୁ ଆସିଲା ଦୁଃଖଦ ଖବର। ନେପାଳର ପୋଖରେ ଅନ୍ତର୍ଜାତୀୟ ବିମାନବନ୍ଦର ନିକଟରେ ଭୟଙ୍କର ଦୁର୍ଘ‌ଟଣାରେ ହୁତୁହୁତୁ ହୋଇ ଜଳିଗଲା ଯାତ୍ରୀବାହୀ ବିମାନ। ଦୁର୍ଘଟଣାଗ୍ରସ୍ଥ ବିମାନରେ ମୋଟ ୬୮ ଜଣ ଯାତ୍ରୀ ଓ ୪ ଜଣ କ୍ରୁ ସଦସ୍ୟ ଥିଲେ।

ବିମାନରେ ଥିବା ସମସ୍ତ ୭୨ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା। ମୃତକଙ୍କ ମଧ୍ୟରେ ୫ ଭାରତୀୟଙ୍କ ସମେତ ୧୩ ଜଣ ବିଦେଶୀ ନାଗରିକ ଥିଲେ। ୫୩ ନେପାଳୀ ନାଗରିକ ଥିବା ଏୟାରପୋର୍ଟ ପକ୍ଷରୁ ସୂଚନା । ବିମାନଟି କାଠମାଣ୍ତୁରୁ ପୋଖରା ଯାଉଥିବା ବେଳେ ଏପରି ଘଟଣା ଘଟିଛି।

ନେପାଳ ବିମାନଚଳାଚଳ ମନ୍ତ୍ରଣାଳୟର ସୂଚନା ଅନୁସାରେ, ୟେତି ଏୟାରଲାଇନ୍ସର ୯ଏନ-ଏନସି ଏଟିଆର-୭୨ ବିମାନଟି ୬୮ ଜଣ ଯାତ୍ରୀ ଓ ୪ ଜଣ କ୍ରୁ ସଦସ୍ୟଙ୍କୁ ନେଇ ଦିନ ୧୦.୩୩ରେ କାଠମାଣ୍ଡୁରୁ ଉଡ଼ାଣ ଭରିଥିଲା। ଏହା ପୋଖରା ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିବାର ଥିଲା। ତେବେ ଉଡ଼ାଣ ଆରମ୍ଭ ହେବାର ୨୦ ମିନିଟ୍‌ ପରେ ବିମାନଟି ପୁରୁଣା ଏୟାରପୋର୍ଟ ଓ ନୂଆ ଏୟାରପୋର୍ଟ ମଧ୍ୟରେ ଥିବା ସେତି ନଦୀ କୂଳରେ ଖସି ପଡ଼ିଥିଲା। ଫଳରେ ଏଥିରେ ନିଆଁ ଲାଗି ଯାଇଥିଲା ବୋଲି ମନ୍ତ୍ରଣାଳୟ କହିଛି।

Leave A Reply

Your email address will not be published.