Odisha Link
Bridging the Missing Links in Odisha

ବ୍ରହ୍ମାଣ୍ଡ ସୁନ୍ଦରୀ ମୁକୁଟ ପିନ୍ଧିଲେ ୱନି ଗ୍ରେବ୍ରିଏଲ, ଭାରତର ଦିବିତା ରାୟ ଟପ୍‌-୫ରେ ସ୍ଥାନ ପାଇଲେନି

ଓଏଲ୍‌ ବ୍ୟୁରୋ: ୮୪ ପ୍ରତିଯୋଗିଙ୍କୁ ପଛରେ ପକାଇ ବ୍ରହ୍ମାଣ୍ଡ ସୁନ୍ଦରୀ ମୁକୁଟ ପିନ୍ଧିଲେ ଆମେରିକାର ୱନି ଗ୍ରେବ୍ରିଏଲ। ୭୧ ତମ ବ୍ରହ୍ମାଣ୍ଡ ସୁନ୍ଦରୀ ମୁକୁଟ ହାତେଇଛନ୍ତି ଆମେରିକା ସୁନ୍ଦରୀ ଗ୍ରେବ୍ରିଏଲ। ମିସ୍ ୟୁନିଭର୍ସ ପାଇଁ ଟପ୍ ୩ ପ୍ରତିଯୋଗିଙ୍କୁ ବଛାଯାଇଥିଲା । ଏଥିରେ ମିସ୍ ଭେନଜୁଏଲା, ମିସ୍ ୟୁଏସଏ ଓ ମିସ୍ ଡୋମିନିକନ୍ ଥିବାବେଳେ ପ୍ରଥମ ସ୍ଥାନ ଅଧିକାର କରିପାରିଥିଲେ ମିସ୍ ୟୁଏସଏ ୱନି ଗ୍ରେବ୍ରିଏଲ । ୱନି ଗ୍ରେବ୍ରିଏଲ ବିଜୟିନୀ ହେବା ପରେ ଭାରତୀୟ ବିଶ୍ୱ ସୁନ୍ଦରୀ ହରନାଜ୍ ସାନ୍ଧୁ ତାଙ୍କୁ ମୁକୁଟ ପିନ୍ଧାଇଥିଲେ ।

ଆମେରିକାର ଲୁଇସିଆନା ନ୍ୟୁ ଅର୍ଲେଆନ୍ସ ସହରରେ ଆୟୋଜିତ ହୋଇଥିଲା ଏହି ପ୍ରତିଯୋଗିତାର ଫାଇନାଲ। ମିସ୍ ୟୁନିଭର୍ସ ୨୦୨୨ ବ୍ୟୁଟି ପ୍ୟାଜେଣ୍ଟଣ୍ଟର ଘୋଷଣା କରାଯାଇଥିଲା । ଏଥିରେ ସାରା ବିଶ୍ୱର ୮୪ ଜଣ ପ୍ରତିଯୋଗିତା ଭାଗ ନେଇଥିଲେ । ଏଥିରେ ଆମେରିକାର ୱନି ଗ୍ରେବ୍ରିଏଲ ମିସ୍ ୟୁନିଭର୍ସ ମୁକଟ ପିନ୍ଧିଥିବାବେଳେ ଭାରତ ସୁନ୍ଦରୀ ଦିବିତା ରାୟଙ୍କୁ ଟପ୍ ୫ରେ ବି ସ୍ଥାନ ମିଳିପାରିନାହିଁ।

ଦିବିତା ରାୟ କିଏ ?
ଦିବିତା ରାୟଙ୍କ ଜନ୍ମ ମାଙ୍ଗାଲୋରରେ ୧୯୯୮ ଜାନୁଆରୀ ୧୦ ତାରିଖରେ ହୋଇଥିଲା। ୨୫ ବର୍ଷିୟ ଦିବିତା ପେଶାରେ ଜଣେ ଆକ୍ରିଟେକ୍ଟ ଓ ମଡେଲ। ୨୦୨୨ ମିସ୍‌ ଇଣ୍ଡିଆ ୟୁନିଭର୍ସ ମୁକୁଟ ପିନ୍ଧିଥିଲେ ଦିବିତା। ଏହାପରେ ସେ ମିସ୍‌ ୟୁନିଭର୍ସ ପ୍ରତିଯୋଗିତା ପାଇଁ ଭାରତରୁ ପ୍ରତିନିଧିତ୍ବ କରିଥିଲେ।

ଏଥର ମିସ୍‌ ୟୁନିଭର୍ସ ମୁକୁଟର ବିଶେଷତ୍ବ ରହିଛି। ଚଳିତଥର ମିସ୍‌ ୟୁନିଭର୍ସ ମୁକୁଟର ନାମ ‘ଫୋର୍ସ ଫର୍‌ ଗୁଡ’ ରଖଯାଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଏହି ମୁକୁଟର ମୁଲ୍ୟ ୬ ମିଲିୟନ୍‌ ଡଲାର ବା ପାଖାପାଖି ୪୯ କୋଟି ଟଙ୍କା।

Leave A Reply

Your email address will not be published.