ଘନ କୁହୁଡି ଯୋଗୁଁ ଚିଲିକା ମଝିରେ ଫସିଲା ଭସାପୋଲ
ଭସାପୋଲରେ ୩୦ ଯାତ୍ରୀଙ୍କ ସହ ଗୋଟିଏ ଅଟୋ ଏବଂ ୧୦ ବାଇକ୍
ଓଏଲ୍ ବ୍ୟୁରୋ : ଆଜି ସକାଳୁ ବିଭିନ୍ନ ସ୍ଥାନରେ ଘନ କୁହୁଡିର ଆସ୍ତରଣ ଦେଖିବାକୁ ମିଳିଛି। ଘନ କୁହୁଡି ଯୋଗୁଁ ଯାତାୟାତରେ ବାଧା ସୃଷ୍ଟି ହୋଇଥିବା ଜଣା ପଡିଛି। ଘନ କୁହୁଡି ପାଇଁ ଚିଲିକା ମଝିରେ ଭସାପୋଲ ଫସି ରହିଛି।
ସୂଚନା ଅନୁସାରେ, ଚିଲିକା ମଝିରେ ଫସି ରହିଥିବା ଭସାପୋଲରେ ୩୦ ଯାତ୍ରୀଙ୍କ ସହ ଗୋଟିଏ ଅଟୋ ଏବଂ ୧୦ ବାଇକ୍ ଫସି ରହିଥିବା ଖବରରୁ ଜଣା ପଡିଛି। ଭସାପୋଲ ଯାତ୍ରୀଙ୍କୁ ନେଇ ସାତପଡ଼ାରୁ ଜହ୍ନିକୁଦା ଯିବା ବେଳେ ମଝି ଚିଲିକାରେ ଘନ କୁହୁଡି ଯୋଗୁଁ ଅଟକି ରହିଥିଲା।