Odisha Link
Bridging the Missing Links in Odisha

ମାଆ ଓ ପୁଅ ମୃତ୍ୟୁ ଘଟଣାରେ ଗିରଫ ହେଲେ ସ୍ୱାମୀ ସନ୍ତୋଷ ଖୁଣ୍ଟିଆ

ମୃତ ଶିଳ୍ପୀଙ୍କ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ସ୍ୱାମୀ ସନ୍ତୋଷ ଖୁଣ୍ଟିଆକୁ ଗିରଫ କରିଛି ପୁଲିସ

ଓଏଲ୍‌ ବ୍ୟୁରୋ : କଟକ ମଧୁପାଟଣା ଥାନା ଶ୍ରୀରାମନଗରରେ ଗତକାଲି ମାଆ ଏବଂ ପୁଅର ସନ୍ଦେହଜନକ ମୃତ୍ୟୁ ଖବର ସାମ୍ନାକୁ ଆସିଥିଲା। ଘର ଭିତରୁ ମହିଳାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିବାବେଳେ ମୃତ ମହିଳାଙ୍କ ଶିଶୁଙ୍କ ତଣ୍ଟିକଟାଯାଇ ମାରିଦିଆଯାଇଥିବା ସନ୍ଦେହ କରାଯାଉଥିଲା। ଏହି ଘଟଣାକୁ ନେଇ ମୃତ ଶିଳ୍ପୀଙ୍କ ପରିବାର ଲୋକ ଅଭିଯୋଗ କରିଥିଲେ।

ମୃତ ଶିଳ୍ପୀଙ୍କ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ସ୍ୱାମୀ ସନ୍ତୋଷ ଖୁଣ୍ଟିଆକୁ ଗିରଫ କରିଛି ପୁଲିସ। ଗିରଫ ପରେ ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି। ପୂର୍ବରୁ ମୃତ ମହିଳାଙ୍କ ମାଆ ଝିଅର ଆତ୍ମହତ୍ୟାର ଆରୋପ ଝିଅର ସ୍ୱାମୀ ଉପରେ ଲଗାଇଥିଲେ। ତାଙ୍କ କହିବା ଅନୁସାରେ, ଜ୍ୱାଇଁ ନିର୍ଯାତନା ଦେଉଥିବାରୁ ଝିଅ ଆତ୍ମହତ୍ୟା କରିଛି।

ଅନ୍ୟପଟେ, ମାଆ ଓ ପିଲାର ମୃତ୍ୟୁର କାରଣକୁ ନେଇ ମୃତ ମହିଳାଙ୍କ ସ୍ୱାମୀ ସନ୍ତୋଷ ପ୍ରତିକ୍ରିୟା ରଖିଥିଲେ, ଶ୍ୱଶୁର ଘର ଲୋକଙ୍କ ଯୋଗୁଁ ଘରେ ଅଶାନ୍ତି ଥିଲା। ପ୍ରଥମ ପତ୍ନୀଙ୍କ ମୃତ୍ୟୁ ପରେ ସେ ଦ୍ୱିତୀୟ ବିବାହ କରିଥିଲି। ବାହାଘର ପରଠାରୁ ଝିଅର ମାଆ ଓ ବଡ଼ ଭଉଣୀ ହସ୍ତକ୍ଷେପ କରୁଥିଲେ। ସବୁବେଳେ ଝଗଡ଼ା କରି ସ୍ତ୍ରୀ ତାଙ୍କ ବାପ ଘରକୁ ପଳାଉଥିଲା ଏବଂ ସମାଧାନ କରିବାକୁ ଯାଇଥିବା ବେଳେ ସେମାନେ ତାଙ୍କୁ ପିଟିଥିଲେ। ଦେଢ଼ଶାଶୁ ତାଙ୍କୁ ମାଡ଼ ମାରି ମୁଣ୍ଡ ଫଟାଇ ଦେଇଥିଲେ ଏବଂ ସ୍ତ୍ରୀ ଆଦୌ ଆମ ଘରକୁ ଯିବାକୁ ଚାହୁଁନଥିଲେ। ଯେତେବେଳେ ଝଗଡା ହେଉଥିଲା ଝଗଡ଼ା ବେଳେ ସେ ପୁଅକୁ ମାରିଦେବ ବୋଲି ଧମକ ଦେଉଥିଲା ବୋଲି ମୃତ ମହିଳାଙ୍କ ସ୍ୱାମୀ କହିଥିଲେ।

Leave A Reply

Your email address will not be published.