Odisha Link
Bridging the Missing Links in Odisha

ବିଡିଓଙ୍କ ବିପୁଳ ସଂପତ୍ତି ଠାବ କଲା ଭିଜିଲାନ୍ସ

ବ୍ୟାଙ୍କ ଓ ବୀମା ସଂପର୍କରେ ଭିଜିଲାନ୍ସ ଦ୍ୱାରା ଖୋଳତାଡ଼ ଜାରି

ଓଏଲ୍‌ ବ୍ୟୁରୋ : ଭିଜିଲାନ୍ସ ପଞ୍ଝାରେ ପଡିଥିବା ବିଡ଼ିଓଙ୍କ ବିପୁଳ ସମ୍ପତି ଠାବ। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବିଡିଓ ନାରାୟଣ ସାହୁଙ୍କ ବିପୁଳ ସଂପତ୍ତି ଠାବ କରିଛି ଭିଜିଲାନ୍ସ। ବର୍ତ୍ତମାନ ସୁଦ୍ଧା ବିଡିଓ ନାରାୟଣ ସାହୁଙ୍କ କୋଠା, ବହୁ ପ୍ଲଟ, ଗାଡ଼ି, ସୁନା ଭିଜିଲାନ୍ସ ଠାବ କରିଥିବାବେଳେ ନଗଦ ପାଖାପାଖି ୩.୮୪ ଲକ୍ଷ ଟଙ୍କା ଓ ବଲାଙ୍ଗିରରେ ୨ ମହଲା କୋଠା ଏବଂ ଗୋଟିଏ ପ୍ଲଟ ଠାବ କରାଯାଇଛି।

କୁସମେଲ ଗାଁରେ ୨୧ଟି ପ୍ଲଟ ଥିବା ସୂଚନା। ବ୍ୟାଙ୍କ ଓ ବୀମା ସଂପର୍କରେ ଭିଜିଲାନ୍ସ ଦ୍ୱାରା ଖୋଳତାଡ଼ ଜାରି ରହିଥିବା ଜଣା ପଡିଛି। ସୂଚନା ଅନୁସାରେ ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବିଡିଓ ନାରାୟଣ ସାହୁଙ୍କ ଘରେ ଭିଜିଲାନ୍ସର ଚଢ଼ାଉ କରିଛି। ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ କରାଯାଇଥିବାବେଳେ ଚଢ଼ଉରେ ୩ ଜଣ ଡିଏସପି, ୧୦ ଇନସ୍ପେକ୍ଟର ଓ ୪ ଏଏସଆଇ ସାମିଲ ଅଛନ୍ତି।

Leave A Reply

Your email address will not be published.