Odisha Link
Bridging the Missing Links in Odisha

ରାଜଧାନୀରେ ୨ ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ

ରାତି ସାରା ୨ ଜଣଙ୍କୁ ଦଉଡ଼ିରେ ବାନ୍ଧି ଦୁଷ୍କର୍ମ ଅଭିଯୋଗ ହୋଇଥିବାବେଳେ ପୁଲିସ ମୁଖ୍ୟ ଅଭିଯୁକ୍ତ ଗିରଫ

ଓଏଲ୍‌ ବ୍ୟୁରୋ : ଭୁବନେଶ୍ୱର ପଟିଆ ଷ୍ଟେସନରେ ୨ ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କଲା ପୁଲିସ। ଖବର ଅନୁସାରେ ରାଜଧାନୀ ଭୁବନେଶ୍ୱରରେ ସୋମବାର ରାତିରେ ଗଣଦୁଷ୍କର୍ମର ଶିକାର ହୋଇଥିଲେ ୨ ନାବାଳିକା। ରାତି ସାରା ୨ ଜଣଙ୍କୁ ଦଉଡ଼ିରେ ବାନ୍ଧି ଦୁଷ୍କର୍ମ ଅଭିଯୋଗ ହୋଇଥିବାବେଳେ ପୁଲିସ ମୁଖ୍ୟ ଅଭିଯୁକ୍ତ ଗିରଫ କରିଥିବା ଜଣା ପଡିଛି।

ସୂଚନା ଅନୁସାରେ, ଭୁବନେଶ୍ୱର ପଟିଆର ଦୁଇ ନାବାଳିକା ସୋମବାର ସନ୍ଧ୍ୟାରେ ପଟିଆ ରେଳଷ୍ଟେସନ ଯାଇଥିବାବେଳେ ଦୁଇ ଦୁର୍ବୁତ୍ତ ସେମାନଙ୍କୁ ଅପହରଣ କରି ପଟିଆ ରେଳବାଇ ଓଭରବ୍ରିଜ ନିକଟକୁ ନେଇଯାଇଥିଲେ। ସେଠାରେ ଦୌଡିରେ ବାନ୍ଧି ରାତିସାରା ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛିି। ସକାଳେ ଏହି ଦୁଇଜଣ ନାବାଳିକା ଘରକୁ ଆସି ପରିବାର ଲୋକଙ୍କୁ ଏ ସମ୍ପର୍କରେ କହିଥିଲେ। ପରେ ପୁଲିସ ଘଟଣାର ତଦନ୍ତ କରିବା ସହ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି।

Leave A Reply

Your email address will not be published.