Odisha Link
Bridging the Missing Links in Odisha

ଘନ କୁହୁଡି ପାଇଁ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ପ୍ରାୟ ଆଜି ରାତିରୁ କାଲି ସକାଳ ପର୍ଯ୍ୟନ୍ତ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି

ଓଏଲ୍ ବ୍ୟୁରୋ : ରାଜ୍ୟରେ କମିଛି ଶୀତର ଲହରୀ ଏବଂ କେତେକ ସ୍ଥାନରେ ଘନ କୁହୁଡି ଦେଖିବାକୁ ମିଳିଛି। ଓଡ଼ିଶାର ବିଭିନ୍ନ ସ୍ଥାନରେ ସକାଳୁ ସକାଳୁ ଘନ କୁହୁଡି ଯୋଗୁଁ ଗାଡି ଚଳାଚଳରେ ବାଧା ସୃଷ୍ଟି ହେଉଛି। ତେବେ ଆଜି ମଧ୍ୟ କେତେକ ସ୍ଥାନରେ ସକାଳୁ କୁହୁଡି ଦେଖିବାକୁ ମିଳିଥିବାବେଳେ ଆସନ୍ତାକାଲି ମଧ୍ୟ ଘନ କୁହୁଡି ହେବାର ସମ୍ଭାବନା ରହିଛି।

ଆସନ୍ତାକାଲି ହେବାକୁ ଥିବା ଘନ କୁହୁଡ଼ିକୁ ନେଇ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଅନୁଗୁଳ, ଢେଙ୍କାନାଳ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କନ୍ଧମାଳକୁ ୱାର୍ଣ୍ଣିଂ। ନୟାଗଡ଼, ଗଂଜାମ, ରାୟଗଡ଼ା, କୋରାପୁଟ ପାଇଁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ଜଣା ପଡିଛି। ସୂଚନା ଅନୁସାରେ, ପ୍ରାୟ ଆଜି ରାତିରୁ କାଲି ସକାଳ ପର୍ଯ୍ୟନ୍ତ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି।

Leave A Reply

Your email address will not be published.