Odisha Link
Bridging the Missing Links in Odisha

ଦୋକାନକୁ ମାଡ଼ିଗଲା ଗାଡି ; ୨ ମୃତ ଏବଂ ୨ ଆହତ

ଖଲ୍ଲିକୋଟ ରମ୍ଭା ଥାନା ଗୁରୁଡିଗଡ଼ ଓଭରବ୍ରିଜ୍ କଡ଼ ପରିବା ଦୋକାନକୁ ଗାଡି ମାଡିଯିବାରୁ ଦୁର୍ଘଟଣା ଘଟିଥିବା ଜଣା ପଡିଛି।

ଓଏଲ୍ ବ୍ୟୁରୋ : ଖଲ୍ଲିକୋଟରୁ ଏକ ଅଭାବନୀୟ ଘଟଣା ଘଟିଥିବା ଖବରରୁ ଜଣା ପଡିଛି। ରାସ୍ତା କଡରେ ଥିବା ଏକ ପରିବା ଦୋକାନକୁ ମାଡିଯାଇଛି ଗାଡି। ପରିବା ଦୋକାନକୁ ଗାଡି ମାଡିଯିବାରୁ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି।

ସୂଚନା ଅନୁସାରେ, ଖଲ୍ଲିକୋଟ ରମ୍ଭା ଥାନା ଗୁରୁଡିଗଡ଼ ଓଭରବ୍ରିଜ୍ କଡ଼ ପରିବା ଦୋକାନକୁ ଗାଡି ମାଡିଯିବାରୁ ଦୁର୍ଘଟଣା ଘଟିଥିବା ଜଣା ପଡିଛି। ତେବେ ଦୁର୍ଘଟଣାର ସମ୍ମୁଖୀନ ହୋଇ ୨ ମହିଳାଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣାରେ ଗୁରୁତର ଭାବେ ଆହତ ହୋଇଥିବା ଅନ୍ୟ ୨ ଜଣ ଗୁରୁତରଙ୍କୁ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତେବେ ଦୁର୍ଘଟଣା ଘଟାଇଥିବା ଗାଡ଼ି ଡ୍ରାଇଭର ଫେରାର ହୋଇଯାଇଥିବାବେଳେ ନିଶାସକ୍ତ ଥିବାରୁ ଗାଡି ଚାଳକ ଏଭଳି ଦୁର୍ଘଟଣା ଘଟାଇଥିବା କୁହାଯାଉଛି।

Leave A Reply

Your email address will not be published.