Odisha Link
Bridging the Missing Links in Odisha

ଆଜିଠୁ ଖଣ୍ଡଗିରି ଯାତ୍ରା

ଯାତ୍ରା ପେଣ୍ଡାଲ ଆୟୋଜକ କମିଟିର ସମସ୍ତ ଅଫିସର, ସଦସ୍ୟ ଓ ସ୍ୱେଚ୍ଛସେବୀ ସଂପୂର୍ଣ୍ଣ କୋଭିଡ୍ ଟିକା ନେଇଥିବେ

ଓଏଲ୍ ବ୍ୟୁରୋ : ଦୁଇ ବର୍ଷ ପରେ ବିନା କୋଭିଡ କଟକଣାରେ ୨୮ଜାନୁଆରୀରୁ ଆରମ୍ଭ ହୋଇଛି ଖଣ୍ଡଗିରି ମେଳା। ଖଣ୍ଡଗିରି ଓ ଉଦୟଗିରିରେ ସାଧୁସନ୍ଥଙ୍କ ଭିଡ ଦେଖିବାକୁ ମିଳିଛି। ଖଣ୍ଡଗିରି ମେଳାରେ ସାଧୁସନ୍ଥମାନେ ହୋମଜଜ୍ଞ, ଜପତପ, ପୂଜାର୍ଚ୍ଚନା କରୁଛନ୍ତି। ଏହି ମେଳା ପାଇଁ ବିଭିନ୍ନ ରାଜ୍ୟରୁ ଶତାଧିକ ବାବା ଆସି ଏଠାରେ ପହଞ୍ଚିଥିବାବେଳେ ଦୁଇ ବର୍ଷ ପରେ କଟକଣାମୁକ୍ତ ମେଳାର ଆୟୋଜନ ହେଉଥିବାରୁ ପ୍ରବଳ ଭିଡ ଦେଖିବାକୁ ମିଳିଛି।

ଖଣ୍ଡଗିରି ମେଳା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ଜଣା ପଡିଛି। ତେବେ ଖଣ୍ଡଗିରି ମେଳାରେ ଆଜିଠୁ ଆରମ୍ଭ ହେବାକୁ ଯାଉଛି ଯାତ୍ରା। ତେବେ କରୋନା କଟକଣାମୁକ୍ତ ଏହି ଖଣ୍ଡଗିରି ମେଳାରେ ଯାତ୍ରାକୁ ନେଇ ନିୟମ ହୋଇଥିବା ଜଣା ପଡିଛି। ଯାତ୍ରା ପେଣ୍ଡାଲ ଆୟୋଜକ କମିଟିର ସମସ୍ତ ଅଫିସର, ସଦସ୍ୟ ଓ ସ୍ୱେଚ୍ଛସେବୀ ସଂପୂର୍ଣ୍ଣ କୋଭିଡ୍ ଟିକା ନେଇଥିବେ। ଯାତ୍ରାରେ ନିୟୋଜିତ ବ୍ୟକ୍ତି ମାସ୍କ ପିନ୍ଧିବା ପାଇଁ ନିୟମ କଡାକଡ଼ି ହୋଇଥିବା ଜଣା ପଡିଥିଲା। ପ୍ରତି ଯାତ୍ରା ପେଣ୍ଡାଲର ପ୍ରବେଶ ପଥରେ ଆୟୋଜକ କମିଟି ପକ୍ଷରୁ ଦର୍ଶକଙ୍କ ପାଇଁ ସାନିଟାଇଜର ବ୍ୟବସ୍ଥା କରାଯିବ ବୋଲି ସୂଚନା ମିଳିଥିଲା।

ଖଣ୍ଡଗିରି ମେଳାରେ ୬ଟି ଯାତ୍ରାପାର୍ଟି ପେଣ୍ଡାଲରେ ଯାତ୍ରା ପରିବେଷଣ ପାଇଁ ଅନୁମତି ଦିଆଯାଇଛି। ଚଳିତ ମେଳାରେ କୌଣସି ଯାତ୍ରା ପାର୍ଟି ଅଶ୍ଲୀଳ ନୃତ୍ୟ ପରିବେଷଣ ସହ ବିବାଦୀୟ ଟାଇଟେଲ ରଖିପାରବେ ନାହିଁ ବୋଲି ଜଣା ପଡିଛି। କୌଣସି ବର୍ଗଙ୍କୁ ଆଘାତ ଦେବା ପରି ନାଟକ ପରିବେଷଣ କରିବାରେ କଟକଣା ଲାଗିଥିବା ସୂଚନା ମିଳିଛି। ତେବେ ଆଶା କରାଯାଉଛି ୨ ବର୍ଷ ପରେ ଆୟୋଜିତ ହେଉଥିବା ଖଣ୍ଡଗିରି ମେଳାରେ ଯାତ୍ରା ଦେଖିବା ପାଇଁ ଲୋକମାନଙ୍କ ଭିଡ଼ ଦେଖିବାକୁ ମିଳିବ।

Leave A Reply

Your email address will not be published.