Odisha Link
Bridging the Missing Links in Odisha

ପଞ୍ଚଭୂତରେ ଲୀନ ହେଲେ ନବ ଦାସ

ଖେରୁଆଲ ଶ୍ମଶାନରେ ନବ ଦାସ ଅନ୍ତିମ ସଂସ୍କାର ସମାପନ ହୋଇଛି।

ଓଏଲ୍ ବ୍ୟୁରୋ : ଶେଷ ଯାତ୍ରାରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ। ପଞ୍ଚଭୂତରେ ଲୀନ ହୋଇଛି ନବ ଦାସଙ୍କ ପାର୍ଥିବ ଶରୀର। ଶେଷ ଦର୍ଶନ ପୂର୍ବରୁ ନବ ଦାସଙ୍କ ପାର୍ଥିବ ଶରୀରକୁ ଗାର୍ଡ ଅଫ ଅନର ଦିଆଯାଇଥିଲା। ଖେରୁଆଲ ଶ୍ମଶାନରେ ନବ ଦାସ ଅନ୍ତିମଙ୍କ ସଂସ୍କାର ସମାପନ ହୋଇଛି।

ଖବର ଅନୁସାରେ, ଭୁବନେଶ୍ୱରରୁ ବାହାରି ଝାରସୁଗୁଡା ବିମାନବନ୍ଦରରେ ପହଞ୍ଚିଥିଲା ନବଙ୍କ ପାର୍ଥିବ ଶରୀର। ଜନ୍ମମାଟିରେ ମରଶରୀର ପହଞ୍ଚିବା ପରେ ଶୋଭାଯାତ୍ରା ହୋଇଥିଲା। ସରବାହାଲ ସ୍ଥିତ ବାସଭବନରୁ ଶୋଭାଯାତ୍ରା ବାହାରିଥିଲା ନବଙ୍କ ମରଶରୀର। ସାଧାରଣ ଦର୍ଶନ ପାଇଁ ମନମୋହନ ଏମ୍‌ଇ ସ୍କୁଲରେ ରଖାଯାଇଥିଲା। ଏହାପରେ ସେଠାରୁ ଖେରୁଆଲକୁ ନିଆଯାଇ ଅନ୍ତିମ ସଂସ୍କାର କରାଯାଇଛି।

ଖବର ଅନୁସାରେ, ନଵ ଦାସଙ୍କ ଶେଷ ଦର୍ଶନ ପାଇଁ ଝାରସୁଗୁଡ଼ାରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ପ୍ରିୟର ନେତାଙ୍କୁ ଶେଷ ବିଦାୟ ଦେବା ପାଇଁ ହଜାର ହଜାର ଲୋକଙ୍କ ଭିଡ଼ ଜମିଥିଲା। ବିଭିନ୍ନ ଦଳର ରାଜନେତା ଶେଷ ଦର୍ଶନ ପାଇଁ ପହଞ୍ଚିଥିଲେ। ଶୋକାକୁଳ ପରିସ୍ଥିରେ ନବ ଦାସଙ୍କ ଶେଷ କୃତ୍ୟ ସମ୍ପନ୍ନ ହୋଇଛି।

ପୁଲିସ କର୍ମଚାରୀ ଗୋପାଳଙ୍କ ଗୁଳିରେ ଟଳି ପଡ଼ିଥିଲେ ମନ୍ତ୍ରୀ ନବ ଦାସ। ପରେ ତାଙ୍କୁ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଥିଲା। ଅନେକ ଚେଷ୍ଟା ପରେ ନବ ଦାସଙ୍କୁ ବଞ୍ଚାଇ ପାରିନଥିଲେ ଡାକ୍ତରମାନେ। ମୃତ୍ୟୁ ପରେ ସାରା ରାଜ୍ୟରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଥିଲା।

ମୃତ୍ୟୁ ପରେ ସରକାରୀ ବାସଭବନରୁ ନବ ଦାସଙ୍କ ପାର୍ଥିବ ଶରୀର ବିଜେଡି କାର୍ଯ୍ୟାଳୟକୁ ନିଆଯାଇଥିଲା। ପରେ ଭୁବନେଶ୍ୱରରୁ ବାହାରି ଝାରସୁଗୁଡା ବିମାନବନ୍ଦରରେ ପହଞ୍ଚିଥିଲା ନବଙ୍କ ପାର୍ଥିବ ଶରୀର। ଶୋଭାଯାତ୍ରା ପରେ ଖେରୁଆଲ ସ୍ମଶାନ ନିଆଯାଇ ଶେଷ କୃତ୍ୟ ସଂପନ୍ନ କରାଯାଇଛି। ନବ ଦାସଙ୍କ ଶେଷ ଦର୍ଶନ କଲେ ହଜାର ହଜାର ସମର୍ଥକ।

Leave A Reply

Your email address will not be published.