Odisha Link
Bridging the Missing Links in Odisha

ଅଜଣା ଗାଡି ଧକ୍କାରେ ସ୍ତ୍ରୀ ମୃତ ଏବଂ ସ୍ୱାମୀ ଗୁରୁତର

ଯାମଗାଁ ନିକଟସ୍ତ ୪୯ ନମ୍ବର ଜାତୀୟ ରାଜପଥ କୁହାକୁଣ୍ଡା ଛକରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି

ଓଏଲ୍ ବ୍ୟୁରୋ : ଆଜି ପ୍ରାୟ ଦିନ ୧୨ଟା ପାଖାପାଖି ଏକ ଅଭବନୀୟ ଘଟଣା ଘଟିଥିବା ଖବରରୁ ଜଣା ପଡିଛି। ଏକ ଅଜଣା ଗାଡି ବାଇକ୍‌କୁ ଧକ୍କା ଦେଇଥିଲା। ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି ଦମ୍ପତି। ଅଜଣା ଗାଡି ଧକ୍କା ଦେବା ଦ୍ୱାରା ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିବାବେଳେ ସ୍ଵାମୀ ଗୁରୁତର ଆହତ ହୋଇଛନ୍ତି। ସ୍ୱାମୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଲଖନପୁର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ତେବେ ଆଜି ଯାମଗାଁ ନିକଟସ୍ତ ୪୯ ନମ୍ବର ଜାତୀୟ ରାଜପଥ କୁହାକୁଣ୍ଡା ଛକରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।

ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ଦମ୍ପତି ହେଉଛନ୍ତି ବାଦୀମାଲ ପଞ୍ଚାୟତ ବଡ଼ଧରା ଗ୍ରାମର ଛବିଲ ଭୋଇ ଓ ତାଙ୍କ ସ୍ତ୍ରୀ ଜୟନ୍ତୀ ଭୋଇ। ଦମ୍ପତି ବାଇକ୍ ଯୋଗେ ଛତିଶଗଡ଼ ରାୟଗଡ ଜିଲ୍ଲା ଅନ୍ତର୍ଗତ ବେନ୍ଦେରାଚୁଆଁ ଗ୍ରାମରେ ମନ୍ଦିର ପ୍ରତିଷ୍ଠା ଉତ୍ସବ ଦେଖିବା ପାଇଁ ଘରୁ ବାହାରି ଥିଲେ। ସେମାନେ କନକତୋରା ବାଳାଜୀ ପେଟ୍ରୋଲ ପମ୍ପରେ ଗାଡିରେ ତେଲ ପକାଇ ଯାଉଥିବା ବେଳେ କୁହାକୁଣ୍ଡା ଛକରେ ଝାରସୁଗୁଡା ପଟୁ ଯାଉଥିବା ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ମାରି ଫେରାର ହୋଇଯାଇଥିବା ଜଣା ପଡିଥିଲା।

ଅଜଣା ଗାଡି ଧକ୍କା ଦେବା ଦ୍ୱାରା ଘଟଣା ସ୍ଥଳରେ ସ୍ତ୍ରୀଙ୍କର ମୃତ୍ୟୁ ହୋଇଥିଲା ଏବଂ ସ୍ଥାନୀୟ ଲୋକେ ସ୍ୱାମୀଙ୍କୁ ଆମ୍ବୁଲାନ୍ସ ଯୋଗେ ଚିକିତ୍ସାଳୟ ସ୍ତାନାନ୍ତର କରିଥିଲେ। ଏଭଳି ଦୁର୍ଘଟଣା ଘଟିବା ପରେ ସ୍ଥାନୀୟ ଲୋକେ ଉତ୍ତେଜିତ ହୋଇ ବିଭିନ୍ନ ଦାବି ନେଇ ରାସ୍ତା ଅବରୋଧ କରିଥିବା ଜଣା ପଡିଥିଲା।

Leave A Reply

Your email address will not be published.