Odisha Link
Bridging the Missing Links in Odisha

ବଜେଟ୍‌ ୨୦୨୩ : ଏକଲବ୍ୟ ସ୍କୁଲ ପାଇଁ ୩୮,୮୦୦ ନୂଆ ଶିକ୍ଷକଙ୍କୁ ମିଳିବ ନିଯୁକ୍ତି

ଶିଶୁ ଓ କିଶୋରମାନଙ୍କ ପାଇଁ ନ୍ୟାସନାଲ ଡିଜିଟାଲ ଲାଇବ୍ରେରୀ ହେବ

ଓଏଲ୍ ବ୍ୟୁରୋ : କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୩-୨୦୨୪ ଆର୍ଥିକ ବର୍ଷର ବଜେଟ୍‌ ସଂସଦରେ ଉପସ୍ଥାପନା କରିଛନ୍ତି। ଏହି ବଜେଟରେ ମହିଳା, ଚାଷୀ, ପଛୁଆବର୍ଗଙ୍କୁ ଧ୍ୟାନ ଦିଆଯାଇଛି। ଏକଲବ୍ୟ ସ୍କୁଲ ପାଇଁ ୩୮,୮୦୦ ନୂଆ ଶିକ୍ଷକଙ୍କୁ ମିଳିବ ନିଯୁକ୍ତି। ଶିଶୁ ଓ କିଶୋରମାନଙ୍କ ପାଇଁ ନ୍ୟାସନାଲ ଡିଜିଟାଲ ଲାଇବ୍ରେରୀ ହେବ। ବୟସ ଅନୁସାରେ ମିଳିବ ପୁସ୍ତକ। ଡିଜିଟାଲ ଲାଇବ୍ରେରୀ ପ୍ରତି ପଂଚାୟତରେ କରାଯିବ। ଆଦିବାସୀଙ୍କ ପାଇଁ ନୂତନ ସ୍କୁଲ ଖୋଲାଯିବ। ୧୫୭ ମେଡିକାଲ କଲେଜରେ ୧୫୭ ନର୍ସିଂ କଲେଜ ସ୍ଥାପନ ହେବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ। ଶିକ୍ଷକମାନଙ୍କୁ ଗୁଣାତ୍ମକ ଶିକ୍ଷା ନେଇ ଟ୍ରେନିଂ ଦିଆଯିବ।

ଭାରତୀୟ ଅର୍ଥବ୍ୟବସ୍ଥା ଏବେ ସବୁଠୁ ଦ୍ରୁତ ଅଭିବୃଦ୍ଧିର ଅର୍ଥବ୍ୟବସ୍ଥା। କରୋନା ସତ୍ତେ୍ୱ ମଧ୍ୟ ସଠିକ ରାସ୍ତାରେ ରହିଛି ଭାରତୀୟ ଅର୍ଥବ୍ୟବସ୍ଥା। ଭାରତର ଚ୍ୟାଲେଞ୍ଜର ସାମ୍ନା କରିଛି, ଅନ୍ୟଙ୍କୁ ସହଯୋଗର ହାତ ବଢାଇଛି। କରୋନା କାଳରେ ୮୦ କୋଟି ଲୋକଙ୍କୁ ମାଗଣାରେ ଚାଉଳ ଯୋଗାଇ ଦିଆଯାଇଛି। ସବକା ପ୍ରୟାସ ମନ୍ତ୍ର ଜରିଆରେ ସମସ୍ତଙ୍କର ଜୀବନରେ ସୁଧାର ଅଣାଯାଇଛି। ଗରିବଙ୍କ ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରାଯାଇଛି। ଜି-୨୦ ଅଧ୍ୟକ୍ଷତା ଭାରତ ପାଇଁ ବଡ଼ ଉପଲବ୍ଧି। ବିଶ୍ୱର ମାନ୍ଦାବସ୍ଥା ପରେ ବି ଚଳିତ ଆର୍ଥିକ ବର୍ଷରେ ଜିଡିପି ହାର ପ୍ରାୟ ୭ ପ୍ରତିଶତ ହେବ ବୋଲି ଆକଳନ କରାଯାଇଛି। ସରକାରଙ୍କ ବିଶେଷ ଗୁରୁତ୍ୱ ହେଉଛି ନିଯୁକ୍ତି ସୁଯୋଗ ବୃଦ୍ଧି କରାଯାଇପାରିବ।

Leave A Reply

Your email address will not be published.