Odisha Link
Bridging the Missing Links in Odisha

ନିଲମ୍ବିତ ହେଲେ ନବ ଦାସଙ୍କ ପିଏସ୍ଓ

ପୂର୍ବରୁ ଝାରସୁଗୁଡ଼ା ଏସ୍‌ପି ଏବଂ ଏସ୍‌ଡିପିଓଙ୍କୁ ବଦଳି କରାଯାଇଥିଲା

ଓଏଲ୍ ବ୍ୟୁରୋ : ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା ଘଟଣାକୁ ନେଇ ତଦନ୍ତ ଜାରି ରହିଛି। ଘଟଣାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ। ତଦନ୍ତ ଜାରି ରହିଥିବାବେଳେ ନବ ଦାସଙ୍କ ପିଏସ୍ଓ ମିତ୍ରଭାନୁ ଦେଓ ସସ୍‌ପେଣ୍ଡ ହୋଇଥିବା ଖବରରୁ ଜଣା ପଡିଛି। ପୂର୍ବରୁ ଝାରସୁଗୁଡ଼ା ଏସ୍‌ପି ଏବଂ ଏସ୍‌ଡିପିଓଙ୍କୁ ବଦଳି କରାଯାଇଥିଲା। ଝାରସୁଗୁଡ଼ା ଏସ୍‌ପି ରାହୁଲ ଜୈନଙ୍କ ବଦଳି କରାଯାଇଥିବାବେଳେ ବ୍ରଜରାଜନଗର ଏସ୍‌ଡିପିଓ ଗୁପ୍ତେଶ୍ୱର ଭୋଇଙ୍କୁ ମଧ୍ୟ ବଦଳି କରାଯାଇଛି। ବ୍ରଜରାଜନଗର ଆଇଆଇସି ପ୍ରଦ୍ୟୁମ୍ନ କୁମାର ସ୍ୱାଇଁଙ୍କୁ ସମ୍ବଲପୁର ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ବଦଳି। ଶଶିଭୂଷଣ ପୋଢ଼ଙ୍କୁ ସୁବର୍ଣ୍ଣପୁର ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ବଦଳି। ସମ୍ବଲପୁରରୁ ଝାରସୁଗୁଡ଼ାକୁ ଆସିଲେ  ଧବଳେଶ୍ୱର ସାହୁ। ବର୍ତ୍ତମାନ ନବ ଦାସଙ୍କ ପିଏସ୍ଓଙ୍କୁ ନିଲମ୍ବିତ କରାଯାଇଛି।

ଅନ୍ୟପକ୍ଷେ ଘଟଣାର ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚ ହତ୍ୟା ମାମଲାର ଅଭିଯୁକ୍ତ ପୁଲିସ କର୍ମଚାରୀ ଗୋପାଳଙ୍କୁ ଗିରଫ କରିଥିବାବେଳେ ତାଙ୍କୁ ଜେରା କରିବା ପାଇଁ ୭ଦିନିଆ ରିମାଣ୍ଡ ଆବେଦନ କରିଥିଲା କ୍ରାଇମବ୍ରାଞ୍ଚ। ତେବେ ଏହି ଆବେଦନ କ୍ରମେ ଗୋପାଳଙ୍କୁ ରିମାଣ୍ଡରେ ନେବାକୁ ଅନୁମତି ମିଳିଛି। ଆଜିଠୁ ୪ଦିନ ପାଇଁ ଅଭିଯୁକ୍ତ ଗୋପାଳଙ୍କୁ ରିମାଣ୍ଡରେ ନେବାକୁ ବ୍ରଜରାଜନଗର ଜେଏମଏଫସିଙ୍କ ଅନୁମତି। ତେବେ ଗୋପାଳକୁ ୪ଦିନ ରିମାଣ୍ଡରେ ନେବା ପରେ ପଚରାଉଚରା କରିବ କ୍ରାଇମବ୍ରାଞ୍ଚ।

Leave A Reply

Your email address will not be published.