Odisha Link
Bridging the Missing Links in Odisha

ଗିଲ୍‌ଙ୍କ ଶାନଦାର ଶତକ, ନ୍ୟୁଜିଲାଣ୍ଡ ଆଗରେ ୨୩୫ ରନର ଟାର୍ଗେଟ ରଖିଲା ଭାରତ

ଓଏଲ୍‌ ବ୍ୟୁରୋ: ଭାରତ-ନ୍ୟୁଜିଲାଣ୍ଡ ଟି-୨୦ ସିରିଜର ଶେଷ ମ୍ୟାଚ୍‌ ବା ନିର୍ଣ୍ଣାୟକ ମ୍ୟାଚ୍‌ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଛି। ଏହି ନିର୍ଣ୍ଣାୟକ ମୁକାବିଲାରେ ଶାନଦାର ଶତକୀୟ ଇନିଂସ୍‌ ଖେଳିଛନ୍ତି ଟିମ୍‌ ଇଣ୍ଡିଆର ଯୁବ ଓପନର ଶୁଭମନ ଗିଲ୍‌ । ମାାତ୍ର ୬୩ଟି ବଲ୍‌ ଖେଳି ୧୨୬ ରନର ଅପରାଜିତ ଧୂଆଁଦାର ଇନିଂସ୍‌ ଖେଳିଛନ୍ତି ଗିଲ୍‌ । ଯାହାଫଳରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୪ ଓ୍ବିକେଟ ହରାଇ ମୋଟ ୨୩୪ ରନ୍‌ କରିବାରେ ସଫଳ ହୋଇଛି । ଏଥିସହିତ ଭ୍ରମଣକାରୀ ନ୍ୟୁଜିଲାଣ୍ଡ ଦଳ ଆଗରେ ୨୩୫ ରନର ବିଶାଳ ଲକ୍ଷ୍ୟ ରଖିଛି ଟିମ୍‌ ଇଣ୍ଡିଆ ।

ଟିମ୍‌ ଇଣ୍ଡିଆ ଅଧିନାୟକ ପ୍ରଥମେ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ହେଲେ ଦଳୀୟ ସ୍କୋର ୭ ରନ୍‌ ହୋଇଥିବା ବେଳେ ଦଳକୁ ଲାଗିଥିଲା ପ୍ରଥମ ଝଟକା । ଇଶାନ କିଷନ ମାତ୍ର ୧ ରନ୍‌ କରି ପ୍ୟାଭିଲିଅନ୍‌ ଫେରିଥିଲେ। ଏହାପରେ ଗିଲ୍‌ ଓ ରାହୁଲ ତ୍ରିପାଠୀ ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ । ରାହୁଲ ତ୍ରିପାଠୀ ମାତ୍ର ୨୨ଟି ବଲ୍‌ ଖେଳି ୪୪ ରନର ଧମାକାଦାର ଇନିଂସ୍‌ ଖେଳି ଆଉଟ୍‌ ହୋଇଥିଲେ ।

ଏହାପରେ ହାର୍ଦ୍ଦିକ ପାଣ୍ଡ୍ୟା ୩୦ ଓ ସୂର୍ଯ୍ୟକୁମାର ଯାଦବ ୨୪ ରନର ଇନିଂସ୍‌ ଖେଳିଥିଲେ। ଏହାପରେ ଶୁଭମନ ଗିଲ୍‌ ୬୩ଟି ବଲର ସାମ୍ନା କରି ୧୨୬ ରନର ଶତକୀୟ ଇନିଂସ୍‌ ଖେଳିଛନ୍ତି। ଶତକୀୟ ଇନିଂସରେ ସେ ୭ଟି ଛକା ଓ ୧୨ଟି ଚୌକା ମାରିଛନ୍ତି। ଏହା ତାଙ୍କର ଟି-୨୦ କ୍ୟାରିୟରର ପ୍ରଥମ ଶତକ। ପ୍ରଥମ ଭାରତୀୟ ବ୍ୟାଟସମ୍ୟାନ୍‌ ବ୍ୟକ୍ତିଗତ ଭାବେ ସର୍ବାଧିକ ରନ୍‌ ଟି-୨୦ରେ କରିଛନ୍ତି ଗିଲ୍‌ ।

Leave A Reply

Your email address will not be published.