Odisha Link
Bridging the Missing Links in Odisha

ବଜେଟ୍‌‌ ୨୦୨୩ : ଜାଣନ୍ତୁ ମୁଖ୍ୟାଂଶ

ଚଳିତ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ୭% ଆକଳନ

ଓଏଲ୍ ବ୍ୟୁରୋ : କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୩-୨୦୨୪ ଆର୍ଥିକ ବର୍ଷର ବଜେଟ୍‌ ସଂସଦରେ ଉପସ୍ଥାପନା କରିଛନ୍ତି। ଏହି ବଜେଟରେ ମଧ୍ୟବିତ୍ତଙ୍କୁ ଆୟକରରେ ଆଶ୍ବସ୍ତି ମିଳିଥିବା ଜଣା ପଡିଛି। ତେବେ ବଜେଟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବଜେଟ ସମସ୍ତଙ୍କ ଆଶା ପୂରଣ କରିବ ବୋଲି କହିଲେ ପ୍ରଧାନମନ୍ତ୍ରୀ। ସବୁ ଥର ପରି ଏଥର ମଧ୍ୟ ପ୍ରତିରକ୍ଷା କ୍ଷେତ୍ର ପାଇଁ ସବୁଠାରୁ ଅଧିକ ବ୍ୟୟ ବରାଦ ହୋଇଛି।

କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥାପନ କରିଥିବା ଆର୍ଥିକ ବଜେଟ୍‌‌ ୨୦୨୩

୧. ଚଳିତ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ୭% ଆକଳନ।

୨. ସାରା ବିଶ୍ୱରେ ଭାରତ ପଞ୍ଚମ ବୃହତ୍ତମ ଅର୍ଥନୀତି।

୩. ୧୨୦ କୋଟି ଲୋକଙ୍କୁ ୨୨୦ କୋଟି ଡୋଜ୍‌‌ ଟିକା।

୪. ୯.୬ କୋଟି ଏଲପିଜି କନେକ୍ସନ ଦିଆଯାଇଛି।

୫. ୪୭ କୋଟି ପ୍ରଧାନମନ୍ତ୍ରୀ ଜନଧନ ଆକାଉଣ୍ଟ ଖୋଲାଯାଇଛି।

୬. ଚାଷୀ ,ମହିଳା, ଓବିସି, ଏସସି/ଏସଟି,ବଞ୍ଚିତ ସମସ୍ତଙ୍କ ବିକାଶ ପାଇଁ ବଜେଟ୍‌‌।

୭. ଆଗ୍ରି ଷ୍ଟାର୍ଟଅପ୍‌‌ ପ୍ରୋତ୍ସାହନ ପାଇଁ ଆଗ୍ରି ଆକ୍ସିଲେରେଟର ଫଣ୍ଡ ବ୍ୟବସ୍ଥା।

୮. ଆତ୍ମନିର୍ଭର କ୍ଲିନ୍‌‌ ପ୍ଲାଣ୍ଟ ପ୍ରୋଗ୍ରାମ ଆରମ୍ଭ ନେଇ ଅର୍ଥମନ୍ତ୍ରୀ ଘୋଷଣା।

୯. ମିଲେଟ୍‌‌କୁ ପ୍ରୋତ୍ସାହନ ପାଇଁ ନାମକରଣ ହେଲା ଶ୍ରୀଅନ୍ନ।

୧୦. ଶ୍ରୀଅନ୍ନ ଉତ୍ପାଦନ କ୍ଷେତ୍ରରେ ଭାରତ ନଂ୧, ରପ୍ତାନୀରେ ୨ ସ୍ଥାନ ।

୧୧. କୃଷି ଋଣ ଓ ପ୍ରୋତ୍ସାହନ ପାଇଁ ୨୦ ଲକ୍ଷ କୋଟି ବ୍ୟବସ୍ଥା ରହିବ।

୧୨. ମତ୍ସ୍ୟଚାଷକୁ ଅଧିକ ପ୍ରୋତ୍ସାହନ ପାଇଁ ୬ ହଜାର କୋଟି ବ୍ୟବସ୍ଥା।

୧୩. ୧୫୭ ମେଡିକାଲ କଲେଜରେ ୧୫୭ ନର୍ସିଂ କଲେଜ ସ୍ଥାପନ ହେବ।

୧୪. ଶିକ୍ଷକ ମାନଙ୍କୁ ଗୁଣାତ୍ମକ ଶିକ୍ଷା ନେଇ ପ୍ରଶିକ୍ଷଣ ଦିଆଯିବ।

୧୫. ଶିଶୁ ଓ କିଶୋରମାନଙ୍କ ପାଇଁ ନ୍ୟାସନାଲ ଡିଜିଟାଲ ଲାଇବ୍ରେରୀ।

୧୬. ଆକାଂକ୍ଷୀ ଜିଲା ଭଳି ୫୦୦ ବ୍ଲକ ହେବ ଆକାଂକ୍ଷୀ ବ୍ଲକ।

୧୭. ପ୍ରଧାନମନ୍ତ୍ରୀ ଅବଲୁପ୍ତପ୍ରାୟ ଜନଜାତି ଉନ୍ନୟନ ମିଶନ ଆରମ୍ଭ ହେବ।

୧୮. ମିଶନ ପାଇଁ ୩ ବର୍ଷରେ ଖର୍ଚ୍ଚ ହେବ ୧୫ ହଜାର କୋଟି ଟଙ୍କା।

୧୯. ଏକଲବ୍ୟ ସ୍କୁଲ ପାଇଁ ୩୮,୮୦୦ ନୂଆ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ।

୨୦. ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ଖର୍ଚ୍ଚ ହେବ ୭୯ ହଜାର କୋଟି।

୨୧. କ୍ୟାପିଟାଲ ଇନଭେଷ୍ଟମେଣ୍ଟ ୧୦ ଲକ୍ଷ କୋଟିକୁ ବୃଦ୍ଧି ଘୋଷଣା।

୨୨. ଭିତ୍ତିଭୂମି ପାଇଁ ରାଜ୍ୟମାନଙ୍କୁ ସୁଧମୁକ୍ତ ଋଣ ଆଉ ବର୍ଷକ ପାଇଁ ବୃଦ୍ଧି।

୨୩. ବଜେଟ୍‌‌ରେ ରେଳ ପାଇଁ ୨.୪୦ ଲକ୍ଷ କୋଟି ଟଙ୍କା ଘୋଷଣା କରାଯାଇଛି।

୨୪. ସହରାଞ୍ଚଳ ବିକାଶ ପାଇଁ ଅର୍ବାନ୍‌‌ ଇନ୍‌‌ଫ୍ରା ଫଣ୍ଡର ଘୋଷଣା।

୨୫. ଅର୍ବାନ୍‌‌ ଇନ୍‌‌ଫ୍ରା ଫଣ୍ଡ ପାଇଁ ୧୦ ହଜାର କୋଟିର ବ୍ୟବସ୍ଥା।

୨୬. ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ପାଇଁ ସେଣ୍ଟର ଅଫ୍‌‌ ଏକ୍ସଲେନ୍ସ ପ୍ରତିଷ୍ଠା ହେବ।

୨୭. ୫୦ଟି ନୂଆ ଏୟାରପୋର୍ଟ,ହେଲି ପୋର୍ଟ ପ୍ରତିଷ୍ଠା କରାଯିବ।

୨୮. କେୱାଇସି ବ୍ୟବସ୍ଥାକୁ ଅଧିକ ସରଳୀକରଣ କରାଯିବ।

୨୯. ଫେଜ୍‌‌ ୩ ଇ-କୋର୍ଟ ବ୍ୟବସ୍ଥା ପାଇଁ ବଜେଟ୍‌‌ରେ ୭ ହଜାର କୋଟି।

୩୦. ୫ଜିର ବିକାଶ ପାଇଁ ଇଂଜିନିୟରିଂ ଇନଷ୍ଟିଚ୍ୟୁଟରେ ହେବ ୧୦୦ ଲ୍ୟାବ୍‌‌।

୩୧. ହାଇଡ୍ରୋଜେନ୍‌‌ ଇନ୍ଧନକୁ ପ୍ରୋତ୍ସାହନ ପାଇଁ ୯୭୦୦ କୋଟି ବ୍ୟବସ୍ଥା କରାଯାଇଛି।

୩୨. ଲଦାଖରେ ଅକ୍ଷୟ ଶକ୍ତି ପ୍ରକଳ୍ପ ପାଇଁ ନିବେଶ ହେବ ୨୦,୭୦୦ କୋଟି ଟଙ୍କା।

୩୩. ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନାରେ ୬ ଲକ୍ଷ ଯୁବକଙ୍କୁ ତାଲିମ ଦିଆଯିବ।

୩୪. ୫୦ଟି ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ରର ବିକାଶ କରାଯିବ।

୩୫. ପର୍ଯ୍ୟଟକଙ୍କୁ ଆକୃଷ୍ଟ ପାଇଁ ଆରମ୍ଭ ହେବ ସ୍ୱଦେଶ ଦର୍ଶନ ସ୍କିମ୍‌‌ କରାଯାଇଛି।

Leave A Reply

Your email address will not be published.