Odisha Link
Bridging the Missing Links in Odisha

ଲୁଟ୍ ଘଟଣାରେ ୫ ଅଭିଯୁକ୍ତ ଗିରଫ ; ଜବତ ହେଲା ୪୦୦ ଗ୍ରାମ ସୁନା

ସେ ଲକରକୁ ଭାଙ୍ଗି ଟଙ୍କା ଓ ସୁନା ନେଇ ପଳାୟନ କରିଥିଲେ

ଓଏଲ୍‌ ବ୍ୟୁରୋ : ସହରର ବିଭିନ୍ନ ସ୍ଥାନରେ ଲୁଟେରାମାନେ ଲୁଟପାଟ କରିବା ଘଟଣା ବାରମ୍ବାର ସାମ୍ନାକୁ ଆସିଛି। ରାୟଗଡା ଠାରେ ଗତ ଜାନୁଆରୀ ୧୭ ତାରିଖ ଦିନ ହୋଇଥିବା ଚୋରୀ ଘଟଣା ସାମ୍ନାକୁ ଆସିଛି। ତେବେ ଚୋରି ହେବା ପରେ ଅଭିଯୋଗ କ୍ରମେ ପୁଲିସ ଘଟଣାର ତଦନ୍ତ କରିଥିଲା। ଘଟଣାର ତଦନ୍ତ କରି ପୁଲିସ ଆଜି ୪୦୦ ଗ୍ରାମର ସୁନା ଜବତ କରିବା ସହ ୫ଜଣଙ୍କୁ ଗିରଫ କରିଛି।

ସୂଚନା ଅନୁସାରେ, ଗତ ଜାନୁଆରୀ ୧୭ ତାରିଖରେ ରାୟଗଡ଼ା ସ୍ଥିତ ଏକ ଘରେ କେହି ନଥିବା ସୁଯୋଗ ନେଇ ଲୁଟେରା ମାନେ ସେହି ଘରର ତାଲାଭାଙ୍ଗି ଘର ମଧ୍ୟକୁ ପ୍ରବେଶ କରି ଘରର ସବୁଆଡ଼େ ତନାଘନା କରିଥିଲେ। ଏହାପରେ ସେ ଲକରକୁ ଭାଙ୍ଗି ଟଙ୍କା ଓ ସୁନା ନେଇ ପଳାୟନ କରିଥିଲେ। ପରେ ଘର ଲୋକେ ଥାନାରେ ଏନେଇ ଅଭିଯୋଗ ଆଣିଥିଲେ। ଏହି ଘଟଣାର ବହୁ ତଦନ୍ତ ପରେ ଆଜି ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସୁନା ଜବତ କରିଛି।

Leave A Reply

Your email address will not be published.