Odisha Link
Bridging the Missing Links in Odisha

ନବ ଦାସ ହତ୍ୟା ମାମଲା : ପାଇଖାନା ଟାଙ୍କିରେ ମୃତ୍ୟୁର ରହସ୍ୟ !

ହତ୍ୟାକାଣ୍ଡ ଦିନ ଅଭିଯୁକ୍ତ ଗୋପାଳ ଏୟାରପୋର୍ଟ ଥାନାକୁ ନିଆ ଯାଇଥିଲା

ଓଏଲ୍‌ ବ୍ୟୁରୋ : ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାର ଚାଲିଛି ତଦନ୍ତ। ନବ ଦାସଙ୍କୁ ହତ୍ୟା କରିଥିବା ଅଭିଯୁକ୍ତ ଗୋପାଳକୁ ଗିରଫ କରାଯାଇଥିବାବେଳେ ରିମାଣ୍ଡରେ ନେଇ ଜେରା କରୁଛି କ୍ରାଇମବ୍ରାଞ୍ଚ। ତେବେ ଏହି ଘଟଣାର କିଛି ବିଶେଷ ତଥ୍ୟ ପାଇଁ ରାତି ଅଧିଆ ଝାରସୁଗୁଡାରେ କ୍ରାଇମବ୍ରାଞ୍ଚ ଛାନଭିନ୍ କରିଛି। ଗତକାଲି ଦିନ ତମାମ କ୍ରାଇମବ୍ରାଞ୍ଚର ଛାନଭିନ ପରେ କିଛି ସୁରାଗ ପାଇ ଝାରସୁଗୁଡା ବିମାନ ବନ୍ଦର ଥାନା ପାଇଖାନା ଟାଙ୍କିରେ ଖୋଳାଖୋଳି କରାଯାଇଛି। ମୃତ୍ୟୁ ରହସ୍ୟ ଥିବା ହାତ ଲେଖା ଚିଠି ସେଠାରେ ଥିବା ଅନୁମାନ କରାଯାଉଥିବାବେଳେ କିଛି କାଗଜ ମିଳିଥିବା କୁହାଯାଉଛି।

ଖବର ଅନୁସାରେ, ହତ୍ୟାକାଣ୍ଡ ଦିନ ଅଭିଯୁକ୍ତ ଗୋପାଳ ଏୟାରପୋର୍ଟ ଥାନାକୁ ନିଆ ଯାଇଥିଲା। ସେଠି ଗୋପାଳ କାଗଜରେ କିଛି ତଥ୍ୟ ଲେଖି ଛାଡି ଥିବା ନେଇ ଅନୁମାନ କରାଯାଉଥିବାବେଳେ ଚିଠିରୁ କିଛି ବଡ଼ ସୁରାକ ମିଳିପାରେ ବୋଲି କୁହାଯାଉଛି।

ସୂଚନା ଅନୁସାରେ, ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା ଘଟଣାକୁ ନେଇ ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ। ତେବେ ହତ୍ୟାର ତଦନ୍ତ ଜାରି ରହିଥିବାବେଳେ ତଦନ୍ତର ତଦାରଖ କରିବାପାଇଁ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ଜେ.ପି.ଦାସଙ୍କୁ ଅନୁମତି ମିଳିଛି।

ଅନ୍ୟପକ୍ଷେ ଏହି ଘଟଣା ହେବା ପରେ ତଦନ୍ତ ଜାରି ରହିଥିବାବେଳେ ନବ ଦାସଙ୍କ ପିଏସ୍ଓ ମିତ୍ରଭାନୁ ଦେଓ ସସ୍‌ପେଣ୍ଡ ହୋଇଥିବା ଖବରରୁ ଜଣା ପଡିଛି। ପୂର୍ବରୁ ଝାରସୁଗୁଡ଼ା ଏସ୍‌ପି ଏବଂ ଏସ୍‌ଡିପିଓଙ୍କୁ ବଦଳି କରାଯାଇଥିଲା। ଝାରସୁଗୁଡ଼ା ଏସ୍‌ପି ରାହୁଲ ଜୈନଙ୍କ ବଦଳି କରାଯାଇଥିବାବେଳେ ବ୍ରଜରାଜନଗର ଏସ୍‌ଡିପିଓ ଗୁପ୍ତେଶ୍ୱର ଭୋଇଙ୍କୁ ମଧ୍ୟ ବଦଳି କରାଯାଇଛି।

ବ୍ରଜରାଜନଗର ଆଇଆଇସି ପ୍ରଦ୍ୟୁମ୍ନ କୁମାର ସ୍ୱାଇଁଙ୍କୁ ସମ୍ବଲପୁର ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ବଦଳି। ଏସଆଇଙ୍କୁ ଶଶିଭୂଷଣ ପୋଢ଼ଙ୍କୁ ସୁବର୍ଣ୍ଣପୁର ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ଏବଂ ସମ୍ବଲପୁରରୁ ଝାରସୁଗୁଡ଼ାକୁ ଧବଳେଶ୍ୱର ସାହୁଙ୍କୁ ବଦଳି କରାଯାଇଥିଲା। ତେବେ ଏହି ଘଟଣାର ତଦନ୍ତ ଜାରି ରହିଥିବାବେଳେ ହତ୍ୟାକାଣ୍ଡର କାରଣ ଖୋଜିବା ପାଇଁ ଛାନଭିନ ଚାଲିଛି।

Leave A Reply

Your email address will not be published.