Odisha Link
Bridging the Missing Links in Odisha

ନିଶା ନିବାରଣ କେନ୍ଦ୍ରରେ ମାଡ଼ ମାମଲା : ଯୁବକଙ୍କ ମୃତ୍ୟୁ

ମାଲିକ ଓ ୨ ସହାୟକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ

ଓଏଲ୍‌ ବ୍ୟୁରୋ : ନିଶା ନିବାରଣ କେନ୍ଦ୍ରରେ ଘଟିଥିବା ଘଟଣାର ସଙ୍ଗୀନ ଅଭିଯୋଗ ସାମ୍ନାକୁ ଆସିଛି। ନିଶା ଛଡ଼ାଇବା ନାଁରେ ଜଣେ ଯୁବକଙ୍କୁ ମାଡ଼ ମାରି ଲହୁଲୁହାଣ କରିଥିଲେ ଦୁର୍ବୁତ୍ତ। ତେବେ ଭୁବନେଶ୍ୱର ଘରୋଇ ସେଣ୍ଟରରେ ମାଡ଼ ଖାଇ ଗୁରୁତର ହୋଇଥିବା ଯୁବକ ସର୍ବେଶ୍ୱର ବେହେରାଙ୍କ ମୃତ୍ୟୁ ହୋଇଛି। ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣା ପଡିଛି।

ସୂଚନା ଅନୁସାରେ, ଗତ ୨୯ରେ ଗୁରୁତର ଅବସ୍ଥାରେ ମେଡିକାଲରେ ସର୍ବେଶ୍ୱର ବେହେରା ଭର୍ତ୍ତି ହୋଇଥିଲେ। ମଞ୍ଚେଶ୍ୱର ଥାନା ଅଧୀନସ୍ଥ ସାଇ କୃପା ନିଶା ନିବାରଣ କେନ୍ଦ୍ରରେ ସର୍ବେଶ୍ୱରଙ୍କୁ ମାଡ଼ ପରେ ସେ ଗୁରୁତର ହୋଇପଡ଼ିଥିଲେ। ଏନେଇ ତାଙ୍କ ପରିବାର ଲୋକଙ୍କ ପକ୍ଷରୁ ଅଭିଯୋଗ କରାଯାଇଥିଲା। ପରିବାର ଲୋକ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିବା ପରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି। ମାଲିକ ଓ ୨ ସହାୟକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ।

Leave A Reply

Your email address will not be published.