Odisha Link
Bridging the Missing Links in Odisha

ଦୁର୍ବୁତ୍ତଙ୍କ ଆକ୍ରମଣରେ ଚାଲିଗଲା ଯୁବକଙ୍କ ଜୀବନ

ଆକ୍ରମଣର ଶିକାର ହୋଇଥିବା ମୃତ ଯୁବକ ଜଣକ ହେଲେ ଭଦ୍ରକ ଟାଉନ୍‌ର ଅଜୟ ଦାସଙ୍କ ପୁଅ ଚିଣ୍ଟୁ ଦାସ

ଓଏଲ୍‌ ବ୍ୟୁରୋ : ୧୬ ନମ୍ବର ଜାତୀୟ ରାଜପଥରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଥିବା ଖବରରୁ ଜଣା ପଡିଛି। ଦୁର୍ବୁତ୍ତ ମାନଙ୍କ ଆକ୍ରମଣର ଶିକାର ହୋଇ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଦୁର୍ବୃତ୍ତମାନେ ଧାରୁଆ ମାରଣାସ୍ତ୍ରରେ ଯୁବକଙ୍କ ମୁହଁକୁ ହାଣିଛନ୍ତି। ଆକ୍ରମଣର ଶିକାର ହୋଇଥିବା ମୃତ ଯୁବକ ଜଣକ ହେଲେ ଭଦ୍ରକ ଟାଉନ୍‌ର ଅଜୟ ଦାସଙ୍କ ପୁଅ ଚିଣ୍ଟୁ ଦାସ।

ସୂଚନା ଅନୁସାରେ, ଜାତୀୟ ରାଜପଥ ପାର୍ଶ୍ୱ ଚରମ୍ପା-ଧାମରା ରେଳ ଓଭରବ୍ରିଜ ନିକଟ ଏକ ଜମିରେ ଚିଣ୍ଟୁ ଦାସଙ୍କ ମୃତଦେହ ପଡିରହିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ମୃତଦେହ ଦେଖିବା ପରେ ସ୍ଥାନୀୟ ଲୋକ ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଗ୍ରାମାଞ୍ଚଳ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବାବେଳେ ବାଲେଶ୍ଵରରୁ ଆସିଥିବା ସନ୍ଧାନି କୁକୁର ଓ ସାଇଣ୍ଟିଫିକ ଟିମ୍ ତଦନ୍ତ ଆରମ୍ଭ କରିଛି। ଯୁବକଙ୍କୁ ବୀଭତ୍ସ ହତ୍ୟାକାଣ୍ଡର ନିରପେକ୍ଷ ତଦନ୍ତ ପରିବାର ଲୋକେ ଓ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି। ତେବେ କେଉଁ କାରଣ ପାଇଁ ଦୁର୍ବୁତ୍ତମାନେ ଯୁବକଙ୍କୁ ହତ୍ୟା କରିଛନ୍ତି ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ।

Leave A Reply

Your email address will not be published.