Odisha Link
Bridging the Missing Links in Odisha

ସିନେମା ହଲ୍‌ରେ ଗଣ୍ଡଗୋଳ କରି ବନ୍ଧା ହେଲେ ବିଧାୟକଙ୍କ ପୁଅ

ସେଜି ସିଂଙ୍କ ଜିମ୍‌ରୁ ନଗଦ ୧୯ ଲକ୍ଷ ଟଙ୍କା ମଧ୍ୟ ଜବତ କରାଯାଇଛି

ଓଏଲ୍‌ ବ୍ୟୁରୋ : ସିନେମା ହଲ୍‌ରେ ଗଣ୍ଡଗୋଳ କରି ବନ୍ଧା ହେଲେ ଯୁବକ। ଗଣ୍ଡଗୋଳ କରି ବନ୍ଧା ହୋଇଥିବା ଯୁବକ ଜଣକ ବଲାଙ୍ଗୀର କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପୁଅ ଅମିତ ସିଂ ଓରଫ ସେଜି ସାଲୁଜା। ଖବର ଅନୁସାରେ, ବଲାଙ୍ଗୀର କଂଟାବାଞ୍ଜିର ଏଲ ସିନେମା ହଲ ଭିତରେ ଗଣ୍ଡଗୋଳ କରିଥିଲେ ବିଧାୟକଙ୍କ ପୁଅ ଅମିତ ସିଂ ଓରଫ ସେଜି ସାଲୁଜା। ତେବେ ଏହି ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ତାଙ୍କୁ ଗିରଫ କରିଛି ପୁଲିସ।

ବିଧାୟକଙ୍କ ପୁଅ ଅମିତ ପୁଲିସ ସହ ଗଣ୍ଡଗୋଳ କରୁଥିବାର କିଛି ଫଟୋ ଏବଂ ଭିଡିଓ ଭାଇରାଲ ହେଉଛି। ପୁଲିସ ବିଧାୟକଙ୍କ ପୁଅ ସେଜି ସିଂହ ସାଲୁଜାଙ୍କ ସମେତ ୬ଜଣଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ୧୭ ଲିଟର ମଦ ଜବତ କରାଯାଇଛି। ସେଜି ସିଂଙ୍କ ଜିମ୍‌ରୁ ନଗଦ ୧୯ ଲକ୍ଷ ଟଙ୍କା ମଧ୍ୟ ଜବତ କରାଯାଇଛି। କଣ୍ଟାବାଞ୍ଜିରେ ଥିବା ଆଲିସାନ ସିନେମା ହଲ୍‌ରେ ଗଣ୍ଡଗୋଳ ଅଭିଯୋଗରେ ଗିରଫ ହୋଇଛନ୍ତି ବିଧାୟକଙ୍କ ପୁଅ।

Leave A Reply

Your email address will not be published.