Odisha Link
Bridging the Missing Links in Odisha

“ଘଟଣାର କିଛି ତଥ୍ୟ ଆସିଛି, ଆଉ କିଛି ତଥ୍ୟ ଆସିବାକୁ ସମୟ ଲାଗିବ”

ଦେଶର ଜଣେ ଭଲ ତଦନ୍ତକାରୀ ଅଫିସର ତେଣୁ ଏହା ପଛରେ ଥିବା ରହସ୍ୟ ସେ ନିହାତି ଖୋଜି ବାହାର କରିବେ

ଓଏଲ୍‌ ବ୍ୟୁରୋ : ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାକୁ ନେଇ ଚାଲିଛି ତଦନ୍ତ। ଏହି ହତ୍ୟା ଘଟଣାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ। ତେବେ ଏହି ଘଟଣାର ତଦନ୍ତ ଚାଲିଥିବାବେଳେ ନବ ଦାସଙ୍କ ମୃତ୍ୟୁକୁ ନେଇ ଡିଜି ସୁନିଲ ବଂଶଲଙ୍କ ପ୍ରେସମିଟ୍ ମାଧ୍ୟମରେ ନିଜର ମତ ରଖିଛନ୍ତି।

ଡିଜି କହିଛନ୍ତି, ବର୍ତ୍ତମାନ ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚ କରୁଛି। ନିଜେ ଏଡିଜି ଅରୁଣ ବୋଥ୍ରାଙ୍କ ତତ୍ତ୍ୱାବଧାନରେ ଚାଲିଛି ତଦନ୍ତ। ସିବିଆଇରେ କାମ କରିବାରେ ତାଙ୍କର ଅଭିଜ୍ଞତା ରହିଛି। ଦେଶର ଜଣେ ଭଲ ତଦନ୍ତକାରୀ ଅଫିସର ତେଣୁ ଏହା ପଛରେ ଥିବା ରହସ୍ୟ ସେ ନିହାତି ଖୋଜି ବାହାର କରିବେ। ପୁଲିସ ଅଧିକାରୀ ନବ ଦାସଙ୍କୁ ହତ୍ୟା କରିଥିବା ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଛି। ଏହି ଘଟଣାର ତଦନ୍ତ ଚାଲିଥିବାବେଳେ ତଦନ୍ତର ତଦାରଖ ଜଣେ ଅବସରପ୍ରାପ୍ତ ଜଜ କରୁଛନ୍ତି।

ଘଟଣାର କିଛି ତଥ୍ୟ ଆସିଛି, ଆଉ କିଛି ତଥ୍ୟ ଆସିବାକୁ ସମୟ ଲାଗିବ। ପୂରା ତଥ୍ୟ ଜାଣିବାକୁ ଫରେନ୍ସିକ ଲାବରୋଟାରୀ ସହ ଯୋଗାଯୋଗ କରିଛୁ। ଭଲ ତଦନ୍ତ ପାଇଁ ଯାହା ଟିମ ଆବଶ୍ୟକ ତାହା ଆସିବ। ଫରେନ୍ସିକ ରିପୋର୍ଟ ନ ଆସିବା ଯାଏଁ କିଛି କହିବା ଠିକ୍ ହେବନାହିଁ। ଯେଉଁ ପୋଲିସ ଅଧିକାରୀ ଥିଲେ ସେମାନଙ୍କୁ ବଦଳି କରାଯାଇଛି। ମନ୍ତ୍ରୀଙ୍କ ପିଏସଓଙ୍କ ପ୍ରାଥମିକତା ହେଲା ସୁରକ୍ଷା ଦେବା କିନ୍ତୁ ସେ ସେଥିରେ ବିଫଳ ହେଲେ।

ଏ ଘଟଣାର ଯେଉଁଭଳି ପୁନରାବୃତ୍ତି ନହୁଏ ସେଥିପାଇଁ ପଦକ୍ଷେପ ନେଇଛୁ। କେହି ଭାବିନଥିବେ ଯାହା ସେଦିନ ଘଟିଯାଇଥିଲା। ଯାହା ପ୍ରମାଣ ମିଳିବ ତାକୁ ନେଇ ତଦନ୍ତ ଆଗେଇବ। କଣ ତଦନ୍ତ ଆସୁଛି ତାହା ଉପରେ ନଜର ରଖିଛୁ । ଯାହା ଆମେ ଦେଖିପାରିନେ ତାହାକୁ ନେଇ ତଦନ୍ତ ଚାଲିଛି। କେନ୍ଦ୍ରୀୟ ଟିମ ସହ କଥା ହେଇଥିବାବେଳେ କିପରି ଭାବେ ସଠିକ ତଦନ୍ତ ହୋଇପାରିବ ସେଥିପ୍ରତି ଧ୍ୟାନ ଦିଆଯାଇଛି।

Leave A Reply

Your email address will not be published.