Odisha Link
Bridging the Missing Links in Odisha

ପରଲୋକରେ ଚଳଚ୍ଚିତ୍ର ନିର୍ଦ୍ଦେଶକ କେ. ବିଶ୍ୱନାଥ

୯୨ ବର୍ଷ ବୟସରେ କେ. ବିଶ୍ୱନାଥଙ୍କ ଦେହାନ୍ତ ହୋଇଛି

ଓଏଲ୍‌ ବ୍ୟୁରୋ : ଟଲିଉଡର ପ୍ରସିଦ୍ଧ ବରିଷ୍ଠ ଚଳଚ୍ଚିତ୍ର ନିର୍ଦ୍ଦେଶକ କେ. ବିଶ୍ୱନାଥଙ୍କ ପରଲୋକ ହୋଇଥିବା ଖବରରୁ ଜଣା ପଡିଛି। ଦୀର୍ଘ ଦିନ ଧରି ଅସୁସ୍ଥତା ହେତୁ ତାଙ୍କୁ ହାଇଦ୍ରାବାଦର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ୯୨ ବର୍ଷ ବୟସରେ କେ. ବିଶ୍ୱନାଥଙ୍କ ଦେହାନ୍ତ ହୋଇଛି। ବିଳମ୍ବିତ ରାତିରେ ତାଙ୍କ ମୃତଦେହକୁ ଜୁବୁଲି ପାହାଡରେ ଥିବା ତାଙ୍କ ବାସଭବନକୁ ଅଣାଯାଇଥିଲା।

୧୯ ଫେବୃଆରୀ ୧୯୩୦ ରେ ଆନ୍ଧ୍ରପ୍ରଦେଶର ଗୁଣ୍ଟୁରରେ ଜନ୍ମଗ୍ରହଣ କରିଥିବା କେ. ବିଶ୍ୱନାଥଙ୍କୁ ତାଙ୍କ ଚଳଚ୍ଚିତ୍ର ପାଇଁ ୬ ଟି ନ୍ୟାସନାଲ ଫିଲ୍ମ ଆୱାର୍ଡ ଏବଂ ୧୦ ଟି ଫିଲ୍ମଫେୟାର ପୁରସ୍କାରରେ ସମ୍ମାନୀତ ହୋଇଛନ୍ତି। ୨୦୧୭ରେ ବିଶ୍ୱନାଥଙ୍କୁ ଦାଦାସାହେବ ଫାଲକେ ପୁରସ୍କାର ସମ୍ମାନୀତ କରାଯାଇଥିଲା। କେ.ବିଶ୍ୱନାଥ ପାଞ୍ଚଟି ଜାତୀୟ ଚଳଚ୍ଚିତ୍ର ପୁରସ୍କାର, ରାଜ୍ୟ ନନ୍ଦୀ ପୁରସ୍କାର, ୧୦ଟି ସାଉଥ୍‌ ଫିଲ୍ମଫେୟାର ପୁରସ୍କାର ଏବଂ ହିନ୍ଦୀରେ ଗୋଟିଏ ଫିଲ୍ମଫେୟାର ପୁରସ୍କାର ମଧ୍ୟ ପାଇଥିଲେ। ୧୯୯୨ରେ କେ ବିଶ୍ୱନାଥ ଆନ୍ଧ୍ରପ୍ରଦେଶ ରାଜ୍ୟ ରଘୁପତି ଭେଙ୍କୟା ପୁରସ୍କାର ପାଇଥିଲେ ଏବଂ କଳା କ୍ଷେତ୍ରରେ ତାଙ୍କର ଅବଦାନ ପାଇଁ ନାଗରିକ ସମ୍ମାନ ପଦ ମଧ୍ୟ ପାଇଥିଲେ।

Leave A Reply

Your email address will not be published.