Odisha Link
Bridging the Missing Links in Odisha

“ନବ ଦାସ ମରିଗଲା, ମୁଁ ମାଂସ ଭୋଜି ଦେଲି”

ମୁଁ କେବେ ଚିକେନ ଏତେ ଖାଏନା, ଯେତେବେଳେ ଜାଣିଲି ନବ ଦାସ ଦେହରେ ଗୁଳି ବାଜିଛି ସେତେବେଳେ ମୁଁ ଗୋଟେ ପ୍ଲେଟରେ ଚିକେନ ଆଣିକି ଖାଇଲି

ଓଏଲ୍‌ ବ୍ୟୁରୋ : ଦିନ ଦ୍ବିପହରରେ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ଘଟଣା ପରେ ସାରା ରାଜ୍ୟ ସ୍ତବ୍ଧ ହୋଇଯାଇଛି। କ୍ରାଇମବ୍ରାଞ୍ଚ ହତ୍ୟା ପଛର ଗୁମର ଖୋଜୁଥିବା ବେଳେ କଟକର ଜଣାଶୁଣା ସମାଜସେବୀ ତଥା ବିଜେଡି ନେତ୍ରୀ ମୀନତି ବହିଦାର ନବ ଦାସଙ୍କ ମୃତ୍ୟୁକୁ ନେଇ ଦେଇଛନ୍ତି ବଡ଼ ବୟାନ। ଯାହାକୁ ନେଇ ଏବେ ଚର୍ଚ୍ଚା ଖୁବ ଧରିଛି।

ମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁକୁ ନେଇ ସାରା ଓଡ଼ିଶା ସ୍ତବ୍ଧ ଥିବା ବେଳେ ମିନତୀ ବହିଦାର, ମନ୍ତ୍ରୀଙ୍କ ମୃତ୍ୟୁକୁ ନେଇ ଖୁସିଥିବା କହିଛନ୍ତି। ସେ ଅଭିଯୋଗ କରି କହିଛନ୍ତି, ତାଙ୍କ ଭାଇ ବିଧାନ ବହିଦାରଙ୍କ ମୃତ୍ୟୁ ପଛରେ ମନ୍ତ୍ରୀ ନବ ଦାସଙ୍କ ସଂପୃକ୍ତ ଥିଲେ। ୧୭ ବର୍ଷ ତଳେ ତାଙ୍କ ଭାଇଙ୍କ ହତ୍ୟା ପଛରେ ଥିଲା ମନ୍ତ୍ରୀଙ୍କ ହାତ। ତେବେ ରାଜନୈତିକ ଆକ୍ରୋଶ ରଖି ତାଙ୍କ ଭାଇଙ୍କୁ ବୋମା ପକାଇ ମାରି ଦିଆଯାଇଥିଲା ବୋଲି କହିଛନ୍ତି ମୀନତି।

ସେ ଆହୁରି କହିଛନ୍ତି, ମନ୍ତ୍ରୀ ନବ ଦାସ ମରିଗଲା, ମୁଁ ମଟନ ଭୋଜି ଦେଲି। ଗୋପାଳ ଦାସ ଅଭିଯୁକ୍ତ ନୁହଁ ସେ ମୋ ପାଇଁ ନୀଳ ମାଧବ ଶ୍ରୀକୃଷ୍ଣ। ଭଗବାନ ଶ୍ରୀକୃଷ୍ଣ ଆସି ଗୁଣ୍ଡାକୁ ମାରିଛନ୍ତି। ସେ ଆଉ ମଧ୍ୟ କହିଛନ୍ତି ଯେ ନବ ଦାସ ମୃତ୍ୟୁ ଶୁଣିବା ପରେ ମୁଁ ମଟନ,ଲୁଚି,ମିଠା ଓ କୋଲଡ୍ରିକ୍ସ ଖାଇବାକୁ ଦେଇଥିଲି। ମୁଁ କେବେ ଚିକେନ ଏତେ ଖାଏନା, ଯେତେବେଳେ ଜାଣିଲି ନବ ଦାସ ଦେହରେ ଗୁଳି ବାଜିଛି ସେତେବେଳେ ମୁଁ ଗୋଟେ ପ୍ଲେଟରେ ଚିକେନ ଆଣିକି ଖାଇଲି। ନବ ମରିଗଲା ମୁଁ ବହୁତ ଖୁସି।

ମିନତୀ ବହିଦାରଙ୍କ ଅଭିଯୋଗ ଅନୁସାରେ, ତାଙ୍କ ଭାଇ ବିଧାନ ବହିଦାରଙ୍କୁ ବୋମାମାଡ଼ କରି ରାତିର ଅନ୍ଧାରରେ ହତ୍ୟା କରାଯାଇଥିଲା। ଭାଇ ବିଧାନଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଭାଙ୍ଗି ପଡ଼ିଥିଲା। ରାଜନୈତିକ ପ୍ରତିଦ୍ୱନ୍ଦିତାକୁ କେନ୍ଦ୍ରକରି ତାଙ୍କ ଭାଇଙ୍କୁ ହତ୍ୟା କରିଥିବା ମିନତୀ ବହିଦାର ଅଭିଯୋଗ କରିଛନ୍ତି।

ମିନତୀ ବହିଦାର କିଏ ?
ମୀନତି ହେଉଛନ୍ତି ସେହି ବୃଦ୍ଧା, ଯିଏ ତାଙ୍କ ସବୁ ସମ୍ପତି ଜଣେ ରିକ୍ସାବାଲାଙ୍କୁ ଦାନ କରିଦେଇଥିଲେ। ସ୍ୱାମୀ-ଝିଅଙ୍କ ମୃତ୍ୟୁ ପରେ ସମାଜସେବା ପ୍ରତି ଆକର୍ଷିତ ହୋଇ ଗତବର୍ଷ ବିଜେଡିରେ ସାମିଲ ହୋଇଥିଲେ ମୀନତି ବହିଦାର। କଟକରେ ରହୁଥିବା ମୀନତି ମ୍ୟାଡମ୍ ଝାରସୁଗୁଡ଼ାର ମୂଳବାସିନ୍ଦା।

Leave A Reply

Your email address will not be published.