Odisha Link
Bridging the Missing Links in Odisha

ନବ ଦାସ ହତ୍ୟା ମାମଲା : ଗୋପାଳଙ୍କୁ ଔଷଧ ପଠାଯାଉଥିବା ବସ୍‌ର ୨ କର୍ମଚାରୀଙ୍କୁ ଜେରା

ଗୋପାଳଙ୍କ ମାନସିକ ଅବସ୍ଥା ଠିକ ନଥିବାରୁ ମେଡିସିନ ଦିଆଯାଉଥିଲା କହିଥିଲେ ତାଙ୍କ ସ୍ତ୍ରୀ

ଓଏଲ୍‌ ବ୍ୟୁରୋ : ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା ଘଟଣାର ତଦନ୍ତ ଜାରି ରହିଛି। ଏହି ଘଟଣାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ। ତେବେ ଏହି ହତ୍ୟା ମାମଲାର ତଦନ୍ତ ପାଇଁ ବ୍ରହ୍ମପୁର ବସ୍‌ଷ୍ଟାଣ୍ଡରେ କ୍ରାଇମବ୍ରାଞ୍ଚ ଟିମର ଖୋଳତାଡ ଜାରି ରହିଛି।

ଗୋପାଳଙ୍କ ମାନସିକ ଅବସ୍ଥା ଠିକ ନଥିବାରୁ ମେଡିସିନ ଦିଆଯାଉଥିଲା କହିଥିଲେ ତାଙ୍କ ସ୍ତ୍ରୀ। ତେବେ ଗୋପାଳଙ୍କ ପାଇଁ ବସ୍‌ରେ ମେଡିସିନ ପଠାଯାଉଥିବା କଥା କହିଥିଲେ ଗୋପାଳଙ୍କ ପତ୍ନୀ। ଗୋପାଳଙ୍କୁ ମେଡିସିନ ପଠାଯାଉଥିବା ବସ୍‌ର ୨ କର୍ମଚାରୀଙ୍କୁ ପଚରାଉଚରା କରୁଛି କ୍ରାଇମବ୍ରାଞ୍ଚ।

ଅନ୍ୟପକ୍ଷେ, ଏହି ଘଟଣାର କିଛି ବିଶେଷ ତଥ୍ୟ ପାଇଁ ପୂର୍ବରୁ ରାତି ଅଧିଆ ଝାରସୁଗୁଡାରେ କ୍ରାଇମବ୍ରାଞ୍ଚ ଛାନଭିନ୍ କରିଥିଲା।କ୍ରାଇମବ୍ରାଞ୍ଚର ଛାନଭିନ ପରେ କିଛି ସୁରାଗ ପାଇ ଝାରସୁଗୁଡା ବିମାନ ବନ୍ଦର ଥାନା ପାଇଖାନା ଟାଙ୍କିରେ ଖୋଳାଖୋଳି କରିଥିଲା। ମୃତ୍ୟୁ ରହସ୍ୟ ଥିବା ହାତ ଲେଖା ଚିଠି ସେଠାରେ ଥିବା ଅନୁମାନ କରାଯାଉ ଥିବାବେଳେ କିଛି କାଗଜ ମିଳିଥିଲା।

Leave A Reply

Your email address will not be published.