Odisha Link
Bridging the Missing Links in Odisha

ଭାରତ ଆକାଶରେ ପୁଣି ଥରେ ପାକିସ୍ତାନୀ ଡ୍ରୋନ୍

ବାରମ୍ବାର ଭାରତ ସୀମା ଭିତରେ ପାକସ୍ତାନୀ ଡ୍ରୋନ ଉଡ଼ୁଥିବାରୁ ଚିନ୍ତା ବଢ଼ିବାରେ ଲାଗିଛି

ଓଏଲ୍‌ ବ୍ୟୁରୋ : ପୁଣି ଭାରତ ଆକାଶରେ ଦେଖିବାକୁ ମିଳିଲା ପାକସ୍ତାନୀ ଡ୍ରୋନ୍। ଭାରତ ଆକାଶରେ ଉଡୁଥିବା ପାକସ୍ତାନୀ ଡ୍ରୋନ୍ ଗୁଳି କରି ଖସାଇଲେ ବିଏସଏଫ ଯବାନ। ତେବେ ଏହି ପାକସ୍ତାନୀ ଡ୍ରୋନ୍ ପଞ୍ଜାବର ଅମ୍ରିତସରରେ ଏହି ଦେଖିବାକୁ ମିଳିଥିବା ଜଣା ପଡିଛି। ବାରମ୍ବାର ଭାରତ ସୀମା ଭିତରେ ପାକସ୍ତାନୀ ଡ୍ରୋନ ଉଡ଼ୁଥିବାରୁ ଚିନ୍ତା ବଢ଼ିବାରେ ଲାଗିଛି।

ପୂର୍ବରୁ ଭାରତରେ ପାକିସ୍ତାନୀ ଡ୍ରୋନ୍ ଉଡିବାର ଦେଖିବାକୁ ମିଳିଥିଲା। ଭାରତ ଆକାଶରେ ଡ୍ରୋନ୍ ଉଡିବା ସମୟରେ ସୀମା ସୁରକ୍ଷା ବଳ ଦ୍ୱାରା ଗୁଳି କରି ଡ୍ରୋନ୍ ହଟାଯାଇଥିବା ଜଣା ପଡିଥିଲା। ତେବେ ଭାରତର ପଞ୍ଜାବ ଗୁରୁଦାସପୁରରେ ୨ଟି ପାକିସ୍ତାନୀ ଡ୍ରୋନ୍ ଉଡିଥିବା ଦେଖିବାକୁ ମିଳିଥିଲା। ଡ୍ରୋନ ଉଡିବା ପରେ ଏହାକୁ ଗୁଳି କରି ହଟାଯାଇଥିଲା ପରେ ସର୍ଚ୍ଚ ଅପେରସନ ଆରମ୍ଭ କରାଯାଇଥିଲା।

ପୂର୍ବରୁ ଅନେକ ଥର ଜମ୍ମୁ କାଶ୍ମୀରରେ ଡ୍ରୋନ୍ ଉଡିବାର ଦେଖିବାକୁ ମିଳିଥିଲା। ବାରମ୍ବାର ଭାରତ ସୀମା ଭିତରେ ପାକସ୍ତାନୀ ଡ୍ରୋନ ଉଡ଼ୁଥିବାରୁ ଚିନ୍ତା ବଢ଼ିବାରେ ଲାଗିଛି।

Leave A Reply

Your email address will not be published.