Odisha Link
Bridging the Missing Links in Odisha

ରେଳ ବଜେଟରେ ଓଡ଼ିଶାକୁ ମିଳିଲା ୧୦ ହଜାର ୧୨କୋଟି

ଚଳିତବର୍ଷ ୨୮୦ କିମି ରେଳପଥ ନିର୍ମାଣ କରାଯିବ

ଓଏଲ୍‌ ବ୍ୟୁରୋ : ରେଳ ବଜେଟରେ ଓଡ଼ିଶାକୁ ଅନୁଦାନ ନେଇ ରେଳ ମନ୍ତ୍ରୀ ଗଣମାଧ୍ୟମ ସାମ୍ନାରେ ମତ ରଖିଛନ୍ତି।ଚଳିତବର୍ଷ ଠାରୁ ରେଳପଥ ନିର୍ମାଣ କାମ ବୃଦ୍ଧି କରାଯିବ। ଚଳିତବର୍ଷ ୨୮୦ କିମି ରେଳପଥ ନିର୍ମାଣ କରାଯିବ। ୫୭ଟି ଷ୍ଟେସନର ଆଧୁନିକୀକରଣ ହେବ କହିଲେ ରେଳ ମନ୍ତ୍ରୀ। ରେଳ ବଜେଟରେ ଓଡିଶାକୁ ୧୦ ହଜାର ୧୨ କୋଟି ଅନୁମୋଦିତ ହୋଇଛି। ରାଜ୍ୟ ସରକାର ରେଳ ପାଇଁ ମାଗିଥିଲେ ୮୪୦୦ କୋଟି।

ରାଜ୍ୟ ସରକାର ରେଳ ପାଇଁ ମାଗିଥିବା ଟଙ୍କା ଠାରୁ କେନ୍ଦ୍ର ସରକାର ଅଧିକ ଟଙ୍କା ଦେଇଛନ୍ତି। ରେଳ ନିର୍ମାଣ କାର୍ଯ୍ୟ ନୂତନ ପ୍ରଣାଳୀ ତଥା ଉନ୍ନତ ମାନରେ କରାଯିବ ବୋଲି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗଣମାଧ୍ୟମ ଆଗରେ ମତ ପ୍ରକାଶ କରିଛନ୍ତି।

ସୂଚନା ଅନୁସାରେ, କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ କେନ୍ଦ୍ରୀୟ ବଜେଟ ଉପସ୍ଥାପନ କରିଥିଲେ। ବିଭିନ୍ନ ବିଭାଗ ପାଇଁ ଭିନ୍ନ ଭିନ୍ନ ହୋଇଥିବାବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରେଳବାଇ ପାଇଁ ୨.୪୦ ଲକ୍ଷ କୋଟି ବ୍ୟୟ ବରାଦ କରିଛନ୍ତି। ୨୦୧୪ରେ ରେଳ ପାଇଁ ହୋଇଥିବା ବଜେଟଠାରୁ ଏହା ୯ ଗୁଣ ଅଧିକ। ୨୦୨୩ ଆର୍ଥିକ ବର୍ଷରେ ରେଳ ବିଭାଗକୁ ୧.୩୭ ଲକ୍ଷ କୋଟି ଟଙ୍କାର ବଜେଟ ସମର୍ଥନ ପାଇଥିବା ବେଳେ ରାଜସ୍ୱ ଖର୍ଚ୍ଚ ବାବଦରେ ୩,୨୬୭ କୋଟି ପାଇଛି। ଏହା ଗତବର୍ଷ ତୁଳନାରେ ୧୭ ପ୍ରତିଶତ ଅଧିକ।

Leave A Reply

Your email address will not be published.