Odisha Link
Bridging the Missing Links in Odisha

ଦୁର୍ଘଟଣାରେ ଚାଲିଗଲା ବିଧାୟକଙ୍କ ଜୀବନ

ଦୁର୍ଘଟଣାରେ ସାଙ୍ଗରେ ଥିବା ତାଙ୍କର ସହଯୋଗୀ ଗୁରୁତର ହୋଇଥିବା ଜଣା ପଡିଛି

ଓଏଲ୍‌ ବ୍ୟୁରୋ : ସଦର ଥାନା ବରୁହାଁ ନିକଟ ଖରସ୍ରୋତା ବ୍ରିଜ ଉପରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ଖବର ସାମ୍ନାକୁ ଆସିଛି। ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି କଂଗ୍ରେସର ପୂର୍ବତନ ବିଧାୟକ। ଯାଜପୁର ଜିଲ୍ଲା କଂଗ୍ରେସର ପୂର୍ବତନ ବିଧାୟକ ଅର୍ଜୁନ ଚରଣ ଦାସ ବାଇକ୍‌ରେ ଯାଉଥିବା ବେଳେ ଦ୍ରୁତ ଗତିରେ ଆସୁଥିବା ଏକ ହାଇୱା ତାଙ୍କ ଉପରେ ଚଢ଼ିଯାଇଥିଲା।

ହାଇୱା ଚଢ଼ିଯିବା ଦ୍ୱାରା ବିଞ୍ଝାରପୁର ପୂର୍ବତନ ବିଧାୟକ ଅର୍ଜୁନ ଦାସଙ୍କ ମୃତ୍ୟୁ ହୋଇଛି। ସଡ଼କ ଦୁର୍ଘଟଣା ହେବା ପରେ କଂଗ୍ରେସର ପୂର୍ବତନ ବିଧାୟକ ଅର୍ଜୁନ ଦାସଙ୍କୁ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଦୁର୍ଘଟଣାରେ ସାଙ୍ଗରେ ଥିବା ତାଙ୍କର ସହଯୋଗୀ ଗୁରୁତର ହୋଇଥିବା ଜଣା ପଡିଛି।

ଖବର ଅନୁସାରେ, ପୂର୍ବତନ ସାଂସଦ ଅନାଦି ଦାସଙ୍କ ପୁଅ ଅର୍ଜୁନ ଦାସ। ସେ ୧୯୯୫-୨୦୦୦ ମସିହା ପର୍ଯ୍ୟନ୍ତ ଯାଜପୁର ଜିଲ୍ଲା ବିଞ୍ଝାରପୁର ନିର୍ବାଚନ ମଣ୍ଡଳୀର ବିଧାୟକ ହୋଇଥିଲେ। ନିକଟରେ ସେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ଦଳ ଭାରତ ରାଷ୍ଟ୍ର ସମିତି (ବିଆରଏସ୍‌)ରେ ଯୋଗ ଦେଇଥିଲେ। ଏଥିପାଇଁ ହାଇଦ୍ରାବାଦ ଯାଇ ସେ ଦଳର ସଦସ୍ୟ ପଦ ଗ୍ରହଣ କରିଥିଲେ।

Leave A Reply

Your email address will not be published.