Odisha Link
Bridging the Missing Links in Odisha

ବରମୁଣ୍ଡା ବସଷ୍ଟାଣ୍ଡରେ ବୋମାମାଡ଼

ବଚସା କାରଣରୁ ଦୁର୍ବୁତ୍ତ ମାନେ ବୋମାମାଡ କରିଥିବା କୁହାଯାଉଛି

ଓଏଲ୍‌ ବ୍ୟୁରୋ : ଗତକାଲି ବିଳମ୍ବିତ ରାତିରେ ଦୁର୍ବୁତ୍ତମାନେ କାଣ୍ଡ ଘଟାଇଥିବା ଖବରରୁ ଜଣା ପଡିଛି। ଭୁବନେଶ୍ୱର ବରମୁଣ୍ଡା ନୂଆ ବସଷ୍ଟାଣ୍ଡରେ ବୋମାମାଡ ହୋଇଥିବା ଜଣା ପଡ଼ିଛି। ଗତକାଲି ବିଳମ୍ବିତ ରାତିରେ ବୋମାମାଡ ହୋଇଛି।

ସୂଚନା ଅନୁସାରେ, ବସଷ୍ଟାଣ୍ଡ ନିକଟରେ ଥିବା ଏକ ହୋଟେଲ ଉପରକୁ ବୋମା ଫିଙ୍ଗିଛନ୍ତି ଦୁର୍ବୃତ୍ତ। ହୋଟେଲରେ କିଛି ଯୁବକ ଖାଉଥିଲେ, ଖାଇବା ପରେ ଟଙ୍କା ଦେବାକୁ ନେଇ ବଚସା ହୋଇଥିବା କୁହାଯାଉଛି। ତେବେ ହୋଟେଲ କର୍ମଚାରୀ ଏବଂ ଦୁର୍ବୁତ୍ତଙ୍କ ମଧ୍ୟରେ ବଚସା ହୋଇଥିଲା। ବଚସା କାରଣରୁ ଦୁର୍ବୁତ୍ତ ମାନେ ବୋମାମାଡ କରିଥିବା କୁହାଯାଉଛି। ତେବେ ବୋମାମାଡ଼ କାରଣରୁ ୩ ଜଣ ଆହତ ହୋଇଥିବା ଜଣା ପଡିଛି। ଆହତ ହୋଇଥିବା ୩ ଜଣଙ୍କୁ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଘଟଣା ପରେ ପୁଲିସ ଜଣକୁ ଅଟକ ରଖି ପଚରାଉଚରା କରୁଛି।

Leave A Reply

Your email address will not be published.