Odisha Link
Bridging the Missing Links in Odisha

ଭୟଙ୍କର ଭୂମିକମ୍ପରେ ଦୋହଲିଲା ତୁର୍କୀ, ବଢ଼ୁଛି ମୃତକଙ୍କ ସଂଖ୍ୟା

ଓଏଲ୍‌ ବ୍ୟୁରୋ: ତୁର୍କୀରେ ବଡ଼ ଧରଣଣ ଭୂମିକମ୍ପ । ଯାହାର ତୀବ୍ରତା ୭.୮ ରେକର୍ଡ କରାଯାଇଛି। ଦକ୍ଷିଣପୂର୍ବ ତିର୍କୀର ଗାଜିଆନଟେପରେ ଏହି ଭୂମିକମ୍ପ ଅନୁଭୂତ ହୋଇଛି। ଏଥିରେ ଅନେକ କୋଠା ନଷ୍ଟ ହୋଇଥିବା ବେଳେ ୫୦ରୁ ଉର୍ଦ୍ଧ୍ବ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୃତାହତଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। କାରଣ ଭୂମିକମ୍ପ ବେଳେ ଲୋକେ ଘରେ ଶୋଇଥିଲେ।

ସୂଚନା ମୁତାବିକ, ଭୋର ୪ଟା ୧୭ ମିନିଟରେ ଏହି ଶକ୍ତିଶାଳୀ ଭୂମିକମ୍ପ ହୋଇଥିଲା। ଏହାର ୧୧ ମିନିଟ ପରେ ଆଉ ଏକ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା। ଯାହାର ତୀବ୍ରତା ୬.୭ ରେକର୍ଡ କରାଯାଇଛି। ଆଜି ଏଠାରେ ଭୂମିକମ୍ପ ଅନୁଭୂତ ହୋଇଥିବା ବେଳେ ଲେବାନନ, ସିରିୟା ଓ ସାଇପ୍ରସରେ ମଧ୍ୟ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା।

ତୁର୍କୀ ସରକାରଙ୍କ ପକ୍ଷରୁ କ୍ଷୟକ୍ଷତିର ଆକଳନ କରାଯାଇନାହିଁ। ତେବେ ଭୂମିକମ୍ପ ପରେ ପରେ ସ୍ଥାନୀୟ ଲୋକଙ୍କ ଦ୍ୱାରା ସୋଶାଲ ମିଡିଆରେ ପୋଷ୍ଟ ହୋଇଥିବା ଭିଡିଓରେ ଅନେକ କୋଠା ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଛି। ସେହିପରି ଖବର ଲେଖାଯିବା ସୁଦ୍ଧା ୫୦ରୁ ଉର୍ଦ୍ଧ୍ବ ଲୋକଙ୍କର ମୃତ୍ୟୁ ଘଟିଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି। ସୂଚନାଥାଉକି, ତୁର୍କୀ ହେଉଛି ବିଶ୍ୱର ଅନ୍ୟତମ ଭୂମିକମ୍ପ ପ୍ରବଣ ଅଞ୍ଚଳ। ୧୯୯୯ରେ ତୁର୍କୀର ଡସ୍‌ଜେ ବଡ଼ଧରଣର ଭୂମିକମ୍ପ ହୋଇଥିଲା।

Leave A Reply

Your email address will not be published.