Odisha Link
Bridging the Missing Links in Odisha

ଭୂକମ୍ପରେ ଥରିଲା ତୁର୍କୀ; ସହାୟତାର ହାତ ବଢ଼ାଇଲା ଭାରତ

ଭାରତରୁ ତୁର୍କୀ ପାଇଁ ରିଲିଫ ସାମଗ୍ରୀ ଓ ଜରୁରୀକାଳୀନ ଔଷଧ ଦିଆଯାଇଥିବା ସୂଚନା

ଓଏଲ୍‌ ବ୍ୟୁରୋ : ତୁର୍କୀରେ ବାରମ୍ବାର ଭୂକମ୍ପର ଝଟକା ଅନୁଭୂତ ହୋଇଥିବା ଜଣା ପଡିଥିଲା। ଭୂକମ୍ପରେ ଅନେକ ଲୋକଙ୍କ ପ୍ରାଣ ଚାଲିଯାଇଥିବାବେଳେ ବଡ ବଡ଼ କୋଠା ଭାଙ୍ଗି ଯାଇଛି। ତେବେ ବଡ଼ ବଡ଼ କୋଠା ତଳେ ଅନେକ ଲୋକ ଚାପି ହୋଇ ରହିଥିବାବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ତେବେ ଭୂକମ୍ପ ପ୍ରଭାବିତ ତୁର୍କୀକୁ ସାହାଯ୍ୟ କରିବା ପାଇଁ ଭାରତ ଅଣ୍ଟା ଭିଡିଛି।

ଭାରତରୁ ୨ଟି ଏନଡିଆରଏଫ ଟିମ୍‌ର ୧୦୧ ଯବାନଙ୍କୁ ତୁର୍କୀ ପଠାଇଛନ୍ତି ଭାରତ ସରକାର। ଭାରତର ଗାଜିଆବାଦ ଓ କୋଲକାତାରୁ ଗୋଟିଏ ଲେଖାଏଁ ଏନଡିଆରଏଫ ଟିମ୍ ତୁର୍କୀକୁ ପଠାଯାଇଛି। ଭାରତରୁ ତୁର୍କୀ ପାଇଁ ରିଲିଫ ସାମଗ୍ରୀ ଓ ଜରୁରୀକାଳୀନ ଔଷଧ ଦିଆଯାଇଥିବା ସୂଚନା।

ଖବର ଅନୁସାରେ, ଗତକାଲି ଭୋର ୪ଟା ୧୭ ମିନିଟରେ ତୁର୍କୀରେ ଶକ୍ତିଶାଳୀ ଭୂମିକମ୍ପ ହୋଇଥିଲା। ଏହାର ୧୧ ମିନିଟ ପରେ ଆଉ ଏକ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା। ଯାହାର ତୀବ୍ରତା ୬.୭ ରେକର୍ଡ କରାଯାଇଛି। ଏଠାରେ ଭୂମିକମ୍ପ ଅନୁଭୂତ ହୋଇଥିବା ବେଳେ ଲେବାନନ, ସିରିୟା ଓ ସାଇପ୍ରସରେ ମଧ୍ୟ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା। ତେବେ କିଛି ସମୟ ପରେ ପୁଣିଥରେ ଭୂକମ୍ପ ଝଟକାରେ ଥରି ଉଠିଲା ତୁର୍କୀ। ବଡ ଧରଣର ଭୂକମ୍ପ ରିକ୍ଟର ସ୍କେଲରେ ତୀବ୍ରତା ୭.୭ ରେକର୍ଡ କରାଯାଇଥିଲା। ଭାରତୀୟ ସମୟ ଅନୁସାରେ ସମୟ ଅପରାହ୍ନ ୩ଟା ୪୫ମିନିଟ ପାଖାପାଖି ସମୟରେ ପୁଣିଥରେ ଭୂମିକମ୍ପ ଅନୁଭୂତ ହୋଇଥିଲା।

ଭୁକମ୍ପରେ ୪୦୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିବାବେଳେ ମୃତକଙ୍କ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି। ପାଖାପାଖି ୧୫୦୦୦ରୁ ଅଧିକ ଲୋକ ଏଥିରେ ଆହତ ହୋଇଥିବା ବେଳେ ଅନେକ ଅଟ୍ଟାଳିକା ମାଟିରେ ମିଶିଯାଇଛି। ତେବେ ଘର ଭାଙ୍ଗିବା ଯୋଗୁଁ ଅନେକ ଲୋକ ଫଶି ରହିଛନ୍ତି। ମୃତାହତଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ସୂଚନାଥାଉକି, ତୁର୍କୀ ହେଉଛି ବିଶ୍ୱର ଅନ୍ୟତମ ଭୂମିକମ୍ପ ପ୍ରବଣ ଅଞ୍ଚଳ। ୧୯୯୯ରେ ତୁର୍କୀର ଡସ୍‌ଜେ ବଡ଼ଧରଣର ଭୂମିକମ୍ପ ହୋଇଥିଲା।

Leave A Reply

Your email address will not be published.