Odisha Link
Bridging the Missing Links in Odisha

ନବ ଦାସ ହତ୍ୟାକାଣ୍ଡ: କ୍ରାଇମ୍ ସିନ୍ ରିକ୍ରିଏସନ କଲା ଗୋପାଳ

ତେବେ କିଭଳି ଓ କେମିତି ଅତି ପାଖରୁ ନବ ଦାସଙ୍କୁ ଗୁଳି କଲା ଗୋପାଳ ଦାସ ତାହାର ସିନ୍ ରିକ୍ରିଏସନ କରିଛି ପୁଲିସ।

ଓଏଲ୍‌ ବ୍ୟୁରୋ : ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାରେ ସାରା ରାଜ୍ୟ ସ୍ତବ୍ଧ ହୋଇଯାଇଥିଲା। ହତ୍ୟା ଘଟଣାର ଅଭିଯୁକ୍ତ ପୁଲିସ କର୍ମଚାରୀ ଗୋପାଳ ଦାସଙ୍କୁ ଗିରଫ କରି ଜେରା କରୁଛି କ୍ରାଇମବ୍ରାଞ୍ଚ। ହତ୍ୟାକାଣ୍ଡର ତଦନ୍ତ ପାଇଁ ଗୋପାଳଙ୍କୁ ନେଇ ବ୍ରଜରାଜନଗରରେ ପହଂଚିଛି କ୍ରାଇମବ୍ରାଞ୍ଚ। ନବ ଦାସଙ୍କ ହତ୍ୟାର କ୍ରାଇମ୍ ସିନ୍ ରିକ୍ରିଏସନ କରାଯାଉଛି।

ହତ୍ୟାକାଣ୍ଡ ସ୍ଥଳରେ ପହଂଚିଥିଲେ ବ୍ରଜରାଜନଗର ଥାନା ଆଇଆଇସି। ବ୍ରଜରାଜନଗର ପୋଲିସ ସହ ଫୋର୍ସ ସୁରକ୍ଷା ପାଇଁ ପହଞ୍ଚିଲେ। ତେବେ କିଭଳି ଓ କେମିତି ଅତି ପାଖରୁ ନବ ଦାସଙ୍କୁ ଗୁଳି କଲା ଗୋପାଳ ଦାସ ତାହାର ସିନ୍ ରିକ୍ରିଏସନ କରାଯାଇଛି।  ଖେଳନା ବନ୍ଧୁକ ଧରି ଦେଖାଇଲା ଅଭିଯୁକ୍ତ ଗୋପାଳ। କେମିତି ନବ ଦାସଙ୍କୁ ଗୁଳି ମାଡ଼ କରିଥିଲା ଗୋଟି ଗୋଟି କରି ସବୁ କିଛି ଦେଖାଇଲା ଅଭିଯୁକ୍ତ ଗୋପାଳ। ହାତରେ ଖେଳନା ବନ୍ଧୁକ ଧରି ଗୁଳି ମାଡ଼ର ହେଲା ସିନ୍ ରିକ୍ରିଏସନ କଲା ଗୋପାଳ। ଗୁଳି ମାଡ଼ ପରେ ଫାଙ୍କା ଗୁଳି ଚଲାଇ ବି ଦେଖାଇଲା।

ସୂଚନା ଅନୁସାରେ, ଗତ ୨୯ରେ ବ୍ରଜରାଜନଗର ଗାନ୍ଧି ଛକରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଦିନ ଦିବାଲୋକରେ ଏବଂ ଲୋକଲୋଚନାରେ ଗୁଳି କରିଥିଲେ ପୁଲିସ କର୍ମଚାରୀ ଗୋପାଳ। ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଜଣେ ପୁଲିସ ଅଧିକାରୀ ମାରିବା ପରେ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଛି। ଅଭିଯୁକ୍ତ ଗୋପାଳଙ୍କୁ ପୁଲିସ ଗିରଫ କରିଥିବାବେଳେ ରିମାଣ୍ଡରେ ନେଇ ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ। ତଦନ୍ତର ତଦାରଖ ପାଇଁ କୋର୍ଟ ଜଷ୍ଟିସ ଜେପି ଦାସଙ୍କୁ ନିର୍ଦ୍ଦେଶ ଦେଇଛି।

ଅନ୍ୟପକ୍ଷେ, ନବ ଦାସଙ୍କ ମୃତ୍ୟୁକୁ ୧୦ଦିନ ହୋଇଥିବାବେଳେ ତାଙ୍କ ପୁଅ ଆଜି ଅସ୍ତି ବିସର୍ଜନ କରିଛନ୍ତି। ମୃତ୍ୟୁକୁ ୧୦ଦିନ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ହତ୍ୟାର କାରଣ ସ୍ପଷ୍ଟ ହୋଇପାରିନାହିଁ। ଏହି ଘଟଣାର ଅଧିକ ତଦନ୍ତ ପାଇଁ ରାଜ୍ୟ ବାହାରୁ ଆସି ଝାରସୁଗୁଡାରେ ପହଞ୍ଚିଥିଲେ ଆଉ ୪ ଜଣିଆ ଟିମ୍।

Leave A Reply

Your email address will not be published.