Odisha Link
Bridging the Missing Links in Odisha

ତୁର୍କୀରେ ପ୍ରକୃତିର ତାଣ୍ଡବ, ୮ ହଜାର ଟପିଲାଣି ମୃତକଙ୍କ ସଂଖ୍ୟା

ଏବେ ବି ଧ୍ୱଂସାବଶେଷ ତଳେ ଚାପିହୋଇ ରହିଛି ଅନେକ ଜୀବନ

ଓଏଲ୍‌ ବ୍ୟୁରୋ : ତୁର୍କୀରେ ପ୍ରକୃତିର ତାଣ୍ଡବ ଦେଖିବାକୁ ମିଳିଛି। ଭୂକମ୍ପରେ ଥରି ଉଠିଛି ତୁର୍କୀ ଓ ସିରିଆ। ଭୂକମ୍ପ କାରଣରୁ ୮ ହଜାର ଟପିଲାଣି ମୃତକଙ୍କ ସଂଖ୍ୟା। ତୁର୍କୀରେ ୫ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ସିରିଆରେ ମଧ୍ୟ ୨୫୦୦ରୁ ଅଧିକଙ୍କ ମୃତ୍ୟୁ ହେବାର ଜଣା ପଡ଼ିଛି। ଏବେ ବି ଧ୍ୱଂସାବଶେଷ ତଳେ ଚାପିହୋଇ ରହିଛି ଅନେକ ଜୀବନ।

ସୂଚନା ଅନୁସାରେ, ତୁର୍କୀରେ ବାରମ୍ବାର ଭୂକମ୍ପର ଝଟକା ଅନୁଭୂତ ହୋଇଥିବା ଜଣା ପଡିଥିଲା। ଭୂକମ୍ପରେ ଅନେକ ଲୋକଙ୍କ ପ୍ରାଣ ଚାଲିଯାଇଥିବାବେଳେ ବଡ ବଡ଼ କୋଠା ଭାଙ୍ଗି ଯାଇଛି। ତେବେ ବଡ଼ ବଡ଼ କୋଠା ତଳେ ଅନେକ ଲୋକ ଚାପି ହୋଇ ରହିଥିବାବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଭୂକଂପ ପ୍ରବଣ ଅଂଚଳକୁ ଭାରତରୁ ୨ଟି ଏନଡିଆରଏଫ ଟିମ୍‌ର ୧୦୧ ଯବାନଙ୍କୁ ପଠାଇଛନ୍ତି ଭାରତ ସରକାର। ଭାରତରୁ ତୁର୍କୀ ପାଇଁ ରିଲିଫ ସାମଗ୍ରୀ ଓ ଜରୁରୀକାଳୀନ ଔଷଧ ଦିଆଯାଇଥିବା ସୂଚନା। ବାରମ୍ବାର ଭୂମିକମ୍ପ ଅନୁଭୂତ ହେବା କାରଣରୁ ଉଦ୍ଧାର କାର୍ଯ୍ୟରେ ଅସୁବିଧା ହେଉଥିବା ଜଣା ପଡ଼ିଛି।

ଗତକାଲି ଭୁକମ୍ପରେ ୪୦୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିବା କୁହାଯାଉଥିବାବେଳେ ମୃତକଙ୍କ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଥିଲା। ବର୍ତ୍ତମାନ ୮୦୦୦ ଲୋକ ପ୍ରାଣ ହରାଇଥିବା ଜଣା ପଡ଼ିଛି। ପାଖାପାଖି ୧୫୦୦୦ରୁ ଅଧିକ ଲୋକ ଏଥିରେ ଆହତ ହୋଇଥିବା ବେଳେ ଅନେକ ଅଟ୍ଟାଳିକା ମାଟିରେ ମିଶିଯାଇଛି। ତେବେ ଘର ଭାଙ୍ଗିବା ଯୋଗୁଁ ଅନେକ ଲୋକ ଫଶି ରହିଛନ୍ତି। ମୃତାହତଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ସୂଚନାଥାଉକି, ତୁର୍କୀ ହେଉଛି ବିଶ୍ୱର ଅନ୍ୟତମ ଭୂମିକମ୍ପ ପ୍ରବଣ ଅଞ୍ଚଳ। ୧୯୯୯ରେ ତୁର୍କୀର ଡସ୍‌ଜେ ବଡ଼ଧରଣର ଭୂମିକମ୍ପ ହୋଇଥିଲା।

Leave A Reply

Your email address will not be published.