Odisha Link
Bridging the Missing Links in Odisha

ବ୍ରହ୍ମପୁର ଏମକେସିଜିରେ କାର୍ଯ୍ୟକ୍ଷମ ହେଲା ଆଇଭିୟୁଏସ୍ ମେସିନ୍

ଏହି ମେସିନ ହୃଦରୋଗୀଙ୍କ ଚିକିତ୍ସାରେ ସହାୟତା ଆଣିବ

ଓଏଲ୍‌ ବ୍ୟୁରୋ : ହୃଦରୋଗୀ ଚିକିତ୍ସାରେ ସୁବିଧା ଆଣିବା ପାଇଁ କେବଳ ଘରୋଇ ନୁହେଁ ବରଂ ଏଥର ସରକାରୀ ଚିକିତ୍ସାଳୟ ଦେବ ସୁବିଧା। ରାଜ୍ୟରେ ପ୍ରଥମ ଥର ସରକାରୀ ଚିକିତ୍ସାଳୟରେ ଉପଲବ୍ଧ ହେଉଛି ଆଇଭିୟୁଏସ୍ ମେସିନ। ଏହି ମେସିନ ହୃଦରୋଗୀଙ୍କ ଚିକିତ୍ସାରେ ସହାୟତା ଆଣିବ। ତେବେ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ କାର୍ଯ୍ୟକ୍ଷମ ହୋଇଛି ଆଇଭିୟୁଏସ୍ ମେସିନ ବା ଇଣ୍ଟ୍ରା ଭେସକୁଲାର ଅଲଟ୍ରା ସାଉଣ୍ଡ ମେସିନ।

ପୂର୍ବରୁ ଏହି ମେସିନ ରାଜ୍ୟର ବିଭିନ୍ନ ଘରୋଇ ହସ୍ପିଟାଲରେ କାର୍ଯ୍ୟକ୍ଷମ ହେଉଥିବାବେଳେ ପ୍ରଥମ କରି ସରକାରୀ ହସ୍ପିଟାଲ ଭାବେ ଏମକେସିଜିରେ ଆଇଭିୟୁଏସ୍ ମେସିନ କାର୍ଯ୍ୟକ୍ଷମ ହୋଇଥିବା ଜଣା ପଡ଼ିଛି। ଦକ୍ଷିଣ ଓଡ଼ିଶାର ପ୍ରାୟ ୧୦ଟି ଜିଲ୍ଲାର ଲୋକେ ଚିକିତ୍ସା ପାଇଁ ଏମକେସିଜି ଉପରେ ନିର୍ଭର କରିଥାନ୍ତି। ବର୍ତ୍ତମାନ ଏମକେସିଜିରେ ଆଇଭିୟୁଏସ୍ ମେସିନ କାର୍ଯ୍ୟକ୍ଷମ ହେବା ଦ୍ୱାରା ଅନେକ ହୃଦ ରୋଗୀ ଉପକୃତ ହେବେ। ତେବେ ଏହି ମେସିନ ସୁବିଧା ପାଇଁ ରୋଗୀଙ୍କୁ କୌଣସି ଅତିରିକ୍ତ ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ ବରଂ ମାଗଣାରେ ସୁବିଧା ଉପଲବ୍ଧ ହେବ।

Leave A Reply

Your email address will not be published.