Odisha Link
Bridging the Missing Links in Odisha

‘ଓଡ଼ିଶା ପୁଲିସ ଉପରେ ଆମର ଭରସା ନାହିଁ’

ଓଡିଶା ପୁଲିସ ତଦନ୍ତ ନାଁରେ କେବଳ ଡ୍ରାମା କରୁଛି

ଓଏଲ୍‌ ବ୍ୟୁରୋ : ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାକୁ ନେଇ କ୍ରାଇମବ୍ରାଞ୍ଚ ଜାରି କରିଛି ତଦନ୍ତ। ଗତକାଲି ହତ୍ୟାକାଣ୍ଡର ତଦନ୍ତ ପାଇଁ ଗୋପାଳଙ୍କୁ ନେଇ ବ୍ରଜରାଜନଗରରେ ପହଞ୍ଚିଥିଲା କ୍ରାଇମବ୍ରାଞ୍ଚ। ନବ ଦାସଙ୍କ ହତ୍ୟାର କ୍ରାଇମ୍ ସିନ୍ ରିକ୍ରିଏସନ ହୋଇଥିଲା। ହତ୍ୟାକାଣ୍ଡର ତଦନ୍ତ ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ମତ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ହତ୍ୟାର ଗୋପାଳ କେବଳ ସୁଟର କିନ୍ତୁ ହ୍ୟାଣ୍ଡଲର କିଏ ଖୋଜୁନି ପୋଲିସ। ନବ ଦାସ ହତ୍ୟା ପଛରେ ବହୁତ ବଡ ମୁଣ୍ଡ ରହିଛି ବୋଲି କହିଲେ ଜୟନାରାୟଣ। ଓଡିଶା ପୁଲିସ ତଦନ୍ତ ନାଁରେ କେବଳ ଡ୍ରାମା କରୁଛି। କାରସାଦି କରି ଏହି ଘଟଣାକୁ ସଂପୂର୍ଣ୍ଣ ଚାପି ଦିଆଯିଆଯିବ ବୋଲି ସେ କହିଛନ୍ତି। ପୁଲିସ ଉପରେ ତାଙ୍କର ଭରସା ନଥିବା ସେ ପ୍ରକାଶ କରିଛନ୍ତି।

ସୂଚନା ଅନୁସାରେ, ଗତ ୨୯ରେ ବ୍ରଜରାଜନଗର ଗାନ୍ଧି ଛକରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଦିନ ଦିବାଲୋକରେ ଏବଂ ଲୋକଲୋଚନାରେ ଗୁଳି କରିଥିଲେ ପୁଲିସ କର୍ମଚାରୀ ଗୋପାଳ। ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଜଣେ ପୁଲିସ ଅଧିକାରୀ ମାରିବା ପରେ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଛି। ନବ ଦାସଙ୍କ ମୃତ୍ୟୁ ପରେ ପିଏସ୍ଓ ମିତ୍ରଭାନୁ ଦେଓ ସସ୍‌ପେଣ୍ଡ ହୋଇଥିଲେ। ପରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ତାଙ୍କର ପିଏସଓ ଫେରାଇଦେଇଥିବା ଜଣା ପଡିଥିଲା। ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ପୁଲିସ ମାରିବା ପରେ ଆଉ ଭରସା ନଥିବା କହିଥିଲେ ଜୟନାରାୟଣ ମିଶ୍ର।

ଓଡ଼ିଶା ପୁଲିସରେ କାର୍ଯ୍ୟରତ ପୁଲିସ ଅଧିକାରୀ ଅପରାଧରେ ଲିପ୍ତ ଏବଂ ନବ ଦାସଙ୍କ ହତ୍ୟା ପରେ ଏଭଳି ନିଷ୍ପତ୍ତି ନେଇଥିବା କହିଥିଲେ ଜୟନାରାୟଣ ମିଶ୍ର। ସେ ମଧ୍ୟ କହିଥିଲେ ,ଓଡିଶା ପୁଲିସ ରାଜନୈତିକ ଦଳ ଭାବେ କାର୍ଯ୍ୟକରୁଥିବାରୁ ମୋର ବିଶ୍ୱାସ ନାହିଁ। ସେଥିପାଇଁ ସେ ନିଜର ସୁରକ୍ଷା କର୍ମୀଙ୍କୁ ଫେରାଇ ଦେଇଥିଲେ। ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ହତ୍ୟାର ସିବିଆଇ ତଦନ୍ତ ଦାବି କରିଥିଲେ ଏବଂ ତଦନ୍ତ ପରେ କାରଣ ବାହାରିବ ବୋଲି କହିଥିଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର।ଅନ୍ୟପକ୍ଷେ, ଅଭିଯୁକ୍ତ ଗୋପାଳଙ୍କୁ ପୁଲିସ ଗିରଫ କରିଥିବାବେଳେ ରିମାଣ୍ଡରେ ନେଇ ତଦନ୍ତ ଜାରି ହୋଇଛି। ତେବେ ଆଜି ଅଭିଯୁକ୍ତ ଗୋପାଳର ରିମାଣ୍ଡ ଅବଧିର ଶେଷ ଦିନ।

Leave A Reply

Your email address will not be published.