Odisha Link
Bridging the Missing Links in Odisha

ନବ ଦାସ ହତ୍ୟା ମାମଲା: କ୍ରାଇମ ସ୍ପଟରେ ଡିଜିପି

ଘଟଣା ସ୍ଥଳରେ ଡିଜିପିଙ୍କ ସହ ୨ ଏଡିଜି ଓ ଉତ୍ତରାଞ୍ଚଳ ଆଇଜି ଦୀପକ କୁମାର ଉପସ୍ଥିତ ଥିବା ଜଣା ପଡିଛି

ଓଏଲ୍‌ ବ୍ୟୁରୋ : ବହୁ ଚର୍ଚ୍ଚିତ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାକୁ ନେଇ କ୍ରାଇମବ୍ରାଞ୍ଚ ଜାରି କରିଛି ତଦନ୍ତ। ଅଭିଯୁକ୍ତ ଗୋପାଳକୁ ଗିରଫ କରି ତଦନ୍ତ କରୁଥିବାବେଳେ ତାଙ୍କୁ ରିମାଣ୍ଡରେ ନେଇ ଜେରା କରୁଛି କ୍ରାଇମବ୍ରାଞ୍ଚ। ତେବେ ଘଟଣାର ତଦନ୍ତ ପାଇଁ ବ୍ରଜରାଜନଗର ଗାନ୍ଧି ଛକ ସ୍ଥିତ କ୍ରାଇମ ସ୍ପଟରେ ତନାଘନା ପାଇଁ କ୍ରାଇମ ସ୍ପଟରେ ପହଞ୍ଚିଲେ ଡିଜିପି ସୁନୀଲ ବଂଶଲ। ଘଟଣା ସ୍ଥଳରେ ଡିଜିପିଙ୍କ ସହ ୨ ଏଡିଜି ଓ ଉତ୍ତରାଞ୍ଚଳ ଆଇଜି ଦୀପକ କୁମାର ଉପସ୍ଥିତ ଥିବା ଜଣା ପଡିଛି। ବିଭିନ୍ନ ଦିଗକୁ ନେଇ ତର୍ଜମା କରୁଛନ୍ତି ବରିଷ୍ଠ ପୁଲିସ ଅଧିକାରୀ।

ଗତକାଲି ହତ୍ୟାକାଣ୍ଡର ତଦନ୍ତ ପାଇଁ ଗୋପାଳଙ୍କୁ ନେଇ ବ୍ରଜରାଜନଗରରେ ପହଞ୍ଚିଥିଲା କ୍ରାଇମବ୍ରାଞ୍ଚ। ନବ ଦାସଙ୍କ ହତ୍ୟାର କ୍ରାଇମ୍ ସିନ୍ ରିକ୍ରିଏସନ ହୋଇଥିଲା। ହତ୍ୟାକାଣ୍ଡ ସ୍ଥଳରେ ପହଂଚିଥିଲେ ବ୍ରଜରାଜନଗର ଥାନା ଆଇଆଇସି। ବ୍ରଜରାଜନଗର ପୋଲିସ ସହ ଫୋର୍ସ ସୁରକ୍ଷା ପାଇଁ ପହଞ୍ଚିଥିଲେ। ତେବେ କିଭଳି ଓ କେମିତି ଅତି ପାଖରୁ ନବ ଦାସଙ୍କୁ ଗୁଳି କଲା ଗୋପାଳ ଦାସ ତାହାର ସିନ୍ ରିକ୍ରିଏସନ କରାଯାଇଛି। ଖେଳନା ବନ୍ଧୁକ ଧରି ଦେଖାଇଥିଲା ଅଭିଯୁକ୍ତ ଗୋପାଳ। କେମିତି ନବ ଦାସଙ୍କୁ ଗୁଳି ମାଡ଼ କରିଥିଲା ଗୋଟି ଗୋଟି କରି ସବୁ କିଛି ଦେଖାଇଥିଲା ଅଭିଯୁକ୍ତ ଗୋପାଳ। ହାତରେ ଖେଳନା ବନ୍ଧୁକ ଧରି ଗୁଳି ମାଡ଼ର ହେଲା ସିନ୍ ରିକ୍ରିଏସନ କଲା ଗୋପାଳ। ଗୁଳି ମାଡ଼ ପରେ ଫାଙ୍କା ଗୁଳି ଚଲାଇ ବି ଦେଖାଇଥିଲା।

ସୂଚନା ଅନୁସାରେ, ଗତ ୨୯ରେ ବ୍ରଜରାଜନଗର ଗାନ୍ଧି ଛକରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଦିନ ଦିବାଲୋକରେ ଏବଂ ଲୋକଲୋଚନାରେ ଗୁଳି କରିଥିଲେ ପୁଲିସ କର୍ମଚାରୀ ଗୋପାଳ। ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଜଣେ ପୁଲିସ ଅଧିକାରୀ ମାରିବା ପରେ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଛି। ଅଭିଯୁକ୍ତ ଗୋପାଳଙ୍କୁ ପୁଲିସ ଗିରଫ କରିଥିବାବେଳେ ରିମାଣ୍ଡରେ ନେଇ ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ।ତେବେ ଆଜି ଅଭିଯୁକ୍ତ ଗୋପାଳର ରିମାଣ୍ଡ ଅବଧିର ଶେଷ ଦିନ।

Leave A Reply

Your email address will not be published.