Odisha Link
Bridging the Missing Links in Odisha

‘ମୁଖ୍ୟମନ୍ତ୍ରୀ ହେବା ଆଶା ନବଙ୍କ ପାଇଁ କାଳ ହେଲା’

ସେ ତ କ୍ୟାବିନେଟ ମନ୍ତ୍ରୀ ଥିଲେ, ପୁଣି ଶନିଙ୍କ ପାଖକୁ କାହିଁକି ଯାଇଥିଲେ

ଓଏଲ୍‌ ବ୍ୟୁରୋ : ବହୁ ଚର୍ଚ୍ଚିତ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାକୁ ନେଇ କ୍ରାଇମବ୍ରାଞ୍ଚ ଜାରି କରିଛି ତଦନ୍ତ। ଅଭିଯୁକ୍ତ ଗୋପାଳକୁ ଗିରଫ କରି ତଦନ୍ତ କରୁଥିବାବେଳେ ତାଙ୍କୁ ରିମାଣ୍ଡରେ ନେଇ ଜେରା କରୁଛି କ୍ରାଇମବ୍ରାଞ୍ଚ। ଘଟଣାର ତଦନ୍ତ ଜାରି ରହିଥିବାବେଳେ ହତ୍ୟାକୁ ନେଇ ବିସ୍ଫୋରକ ବୟାନ ଦେଇଛନ୍ତି ପ୍ରଦୀପ ପୁରୋହିତ। ସେ କହିଛନ୍ତି, ‘ଶୁଣାଯାଉଛି ମୁଖ୍ୟମନ୍ତ୍ରୀ ଆଶାରେ ସେ ଶନିଙ୍କ ପାଖକୁ ଯାଇଥିଲେ। ମୁଖ୍ୟମନ୍ତ୍ରୀ ହେବା ଆଶା ନବଙ୍କ ପାଇଁ କାଳ ହେଲା। ନବୀନଙ୍କ ପରେ କିଏ ମୁଖ୍ୟମନ୍ତ୍ରୀ ହେବ, ସେହି ବିବାଦ ହିଁ ହତ୍ୟାର କାରଣ। ସେ ତ କ୍ୟାବିନେଟ ମନ୍ତ୍ରୀ ଥିଲେ, ପୁଣି ଶନିଙ୍କ ପାଖକୁ କାହିଁକି ଯାଇଥିଲେ। ଯିଏ ବିଜେଡିର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ସ୍ୱପ୍ନ ଦେଖୁଛି, ସେ ହିଁ ହତ୍ୟାକାରୀ। ଏହା ରାଜନୈତିକ ହତ୍ୟା, ସରକାର ଜାଣିଶୁଣି ହତ୍ୟାକାରୀକୁ ସୁରକ୍ଷା ଦେଉଛନ୍ତି।’ ନବ ଦାସଙ୍କ ହତ୍ୟା ମାମଲାକୁ ନେଇ ବିଜେପି ସିବିଆଇ ତଦନ୍ତ ଦାବି କରୁଛି ବୋଲି କହିଛନ୍ତି ପ୍ରଦୀପ ପୁରୋହିତ।

ଅନ୍ୟପକ୍ଷେ, ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକୁ ନେଇ ତଦନ୍ତ କରିବା ପରେ ସୁନୀଲ ବଂଶଲ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଓ ଜଷ୍ଟିସ ଜେ.ପି ଦାସଙ୍କ ମନିଟରିଂରେ ତଦନ୍ତ ଚାଲିଛି। ବହୁତ ଭଲ ପ୍ରୋଗ୍ରେସ୍ ହୋଇଛି। ତଦନ୍ତ ପରେ ଜଣା ପଡିବ ଘଟଣା କେଉଁ ମୋଡ଼ ନେବ।

ସୂଚନା ଅନୁସାରେ, ଗତ ୨୯ରେ ବ୍ରଜରାଜନଗର ଗାନ୍ଧି ଛକରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଦିନ ଦିବାଲୋକରେ ଏବଂ ଲୋକଲୋଚନାରେ ଗୁଳି କରିଥିଲେ ପୁଲିସ କର୍ମଚାରୀ ଗୋପାଳ। ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଜଣେ ପୁଲିସ ଅଧିକାରୀ ମାରିବା ପରେ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଛି। ଅଭିଯୁକ୍ତ ଗୋପାଳଙ୍କୁ ପୁଲିସ ଗିରଫ କରିଥିବାବେଳେ ରିମାଣ୍ଡରେ ନେଇ ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ।ତେବେ ଆଜି ଅଭିଯୁକ୍ତ ଗୋପାଳର ରିମାଣ୍ଡ ଅବଧିର ଶେଷ ଦିନ।

Leave A Reply

Your email address will not be published.