Odisha Link
Bridging the Missing Links in Odisha

ଏୟାର ଇଣ୍ଡିଆ କିଣିବ ୨୫୦ଟି ବିମାନ

ଓଏଲ୍‌ ବ୍ୟୁରୋ: ଟାଟା ସନ୍ସ ମଙ୍ଗଳବାର କରିଛି ବଡ଼ ଘୋଷଣା। ବିମାନ ଚଳାଚଳ ଇତିହାସରେ ସବୁଠାରୁ ବଡ଼ ବିମାନ କ୍ରୟ ଚୁକ୍ତି କରିଛି ଟାଟା ଗ୍ରୁପ୍। ଏୟାର ଇଣ୍ଡିଆ ପାଇଁ ଫ୍ରାନ୍ସର ଏୟାରବସଠାରୁ ୨୫୦ଟି ଏୟାରବସ ଏ୩୫୦ ବିମାନ କିଣିବାକୁ ଟାଟା ଗ୍ରୁପ ଚୁକ୍ତି କରିଛି। ମଙ୍ଗଳବାର ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ମଧ୍ୟରେ ହୋଇଥିବା ଏକ ଭିଡିଓ କନଫରେନ୍ସିଂ ବେଳେ ଏହି ଚୁକ୍ତି ସମ୍ପର୍କରେ ଘୋଷଣା କରାଯାଇଥିଲା।

ଏୟାର ଇଣ୍ଡିଆ ୧୬ ବର୍ଷ ତଳେ ନୂଆ ବିମାନ କ୍ରୟ କରିଥିଲା।୨୦୦୫ ମସିହା ପରଠୁ ଏୟାରଲାଇନ୍ସ ପକ୍ଷରୁ କୌଣସି ବିମାନ କ୍ରୟ କରାଯାଇନାହିଁ। ଟାଟା ସନ୍ସର ଚେୟାରମ୍ୟାନ୍‌ ଏନ୍‌ ଚନ୍ଦ୍ରଶେଖର କହିଛନ୍ତି, ଏୟାର ଇଣ୍ଡିଆ ଏୟାରବସଠୁ ୨୫୦ ବିମାନ କିଣିବ। ଏହାରି ମଧ୍ୟରେ ୪୦ଟି ବିମାନ ରହିଛି। ଟାଟା ଗ୍ରୁପ ଅଧିନକୁ ଏୟାର ଇଣ୍ଡିଆ ଆସିବା ପରେ ଏହା ପ୍ରଥମ ଅର୍ଡର । ସେ ଆହୁରି କହିଛନ୍ତି ଯେ, ଏହି ଡିଲ୍‌ କେବଳ ଟାଟା ଗ୍ରୁପ୍‌ ପାଇଁ ନୁହେଁ ସାରା ଭାରତର ବିମାନ ବଜାର ପାଇଁ ଲାଭଦାୟକ ହେବ।

ଏସମ୍ପର୍କରେ ଏୟାରବସର ମୁଖ୍ୟ କାର୍ଯ୍ୟନିର୍ବାହୀ ଗୁଇଲମ୍ ଫୌରି କହିଛନ୍ତି, ଏହି ଡିଲ ଏୟାର ଇଣ୍ଡିଆର ପୁନରୁଦ୍ଧାରରେ ସାହାଯ୍ୟ କରିବ। ଏୟାରବସ୍ ପାଇଁ ଏହା ଏକ ଐତିହାସିକ ମୁହୂର୍ତ୍ତ। ଏହି ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ଘନିଷ୍ଠ ସମ୍ପର୍କ ଏବଂ ଭାରତର ବେସାମରିକ ବିମାନ ଚଳାଚଳ କ୍ଷେତ୍ରର ସଫଳତା ଏବଂ ଅଭିବୃଦ୍ଧିକୁ ପ୍ରତିଫଳିତ କରୁଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ ବୈଠକରେ କହିଛନ୍ତି।

Leave A Reply

Your email address will not be published.