Odisha Link
Bridging the Missing Links in Odisha

କ୍ଷେପଣାସ୍ତ୍ର ଆଇଟିସିଏମର ସଫଳ ପରୀକ୍ଷଣ

ଶତ୍ରୁ ରାଷ୍ଟ୍ର ପାକିସ୍ତାନର ଯେକୌଣସି ସହରକୁ ଟାର୍ଗେଟ କରିବାରେ ସଫଳ ହୋଇପାରିବ ବୋଲି ଜଣା ପଡିଛି।

ଓଏଲ୍‌ ବ୍ୟୁରୋ : ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିର ୩ ନମ୍ବର ଲଞ୍ଚ ପ୍ୟାଡ୍‌ରୁ କ୍ଷେପଣାସ୍ତ୍ର ପରୀକ୍ଷା କରାଯାଇଛି। ଦେଶୀ ଜ୍ଞାନ କୌଶଲରେ ନିର୍ମିତ ଆଇଟିସିଏମ ମିସାଇଲ ଆଜି ୧୦ଟା ୧୫ମିନିଟରେ ସଫଳ ପରୀକ୍ଷଣ ହୋଇଛି। ଏହା ସୁପର ସୋନିକ କ୍ରୁସ ମିଶାଇଲ ନିର୍ଭୟର ଆଡଆନ୍ସ ଭର୍ସନ। ଏହି ବିକଶିତ କ୍ଷେପଣାସ୍ତ୍ରର ଲକ୍ଷଭେଦ ଦୂରତା ୧୦୦୦ କିଲୋମିଟର ରହିଛି। ଏହାର ଲମ୍ବା ୬ ମିଟର ଏବଂ ଓସାର.୫୨ ମିଟର। ଏହା ୧.୫ ଟନ୍ ଉଭୟ ଆଣୁ ଓ ପରମାଣୁ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରଖିଛି। ଏହା ଭାରତର ଶତ୍ରୁ ରାଷ୍ଟ୍ର ପାକିସ୍ତାନର ଯେକୌଣସି ସହରକୁ ଟାର୍ଗେଟ କରିବାରେ ସଫଳ ହୋଇପାରିବ ବୋଲି ଜଣା ପଡିଛି।

ପୂର୍ବରୁ ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ୩ନଂ ଲଞ୍ଚପ୍ୟାଡ଼ରୁ ୨୦୨୧ ଅଗଷ୍ଟ ୧୧ରେ ଏକ ଦୂରଗାମୀ ସବ୍‌ସୋନିକ୍‌ କ୍ରୁଜ୍‌ ମିସାଇଲ ‘ଆଇଟିସିଏମ-୦୨’ର ପରୀକ୍ଷଣ କରାଯାଇଥିଲା। ‘ମାଣିକ୍‌ ଟର୍ବୋଫ୍ୟାନ୍‌’ ଇଞ୍ଜିନ୍‌ ମାଧ୍ୟମରେ ଏହି ମିସାଇଲ ଅଧିକ ବେଗ ପାଇବା ସହିତ କମ୍‌ ଶବ୍ଦ କରିବ ବୋଲି କୁହାଯାଉଥିଲା। ନିର୍ଭୟ ମିସାଇଲର ଓଜନ ୧୫୦୦ କିଲୋଗ୍ରାମ ହୋଇଥିବାବେଳେ ଏହାର ଲମ୍ବ ୬ ମିଟର, ମୋଟେଇ ୦.୫୨ ମିଟର ଓ ଏହାର ଡ଼େଣାର ଲମ୍ବ ୨.୭ ମିଟର ଥିଲା।

ଏହି କ୍ଷେପଣାସ୍ତ୍ରରେ ୨ଶହରୁ ୩ଶହ କିଲୋଗ୍ରାମ ପର୍ଯ୍ୟନ୍ତ ଉଭୟ ପାରମ୍ପରିକ ଓ ଆଣବିକ ଯୁଦ୍ଧାସ୍ତ୍ର ବ୍ୟବହାର କରାଯାଇ ପାରିବ ବୋଲି ସୂଚନା ମିଳିଥିଲା। ୧୫୦୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରୁଥିବା ନିର୍ଭୟ ମିସାଇଲର ବେଗ ଶବ୍ଦର ବେଗ ଠାରୁ ୭ରୁ ୯ ଗୁଣ ଅଧିକ। ଏହି କ୍ଷେପଣାସ୍ତ୍ରକୁ ପ୍ରଥମେ ୨୦୧୩ ମସିହା ମାର୍ଚ୍ଚମାସ ୧୨ ତାରିଖରେ ଚାନ୍ଦିପୁରରୁ ପରୀକ୍ଷା କରାଯାଇଥିବାବେଳେ, ଅଗଷ୍ଟ ୧୦୨୧ରେ ୯ମ ଥର ପାଇଁ ପରୀକ୍ଷା କରାଯାଇଥିଲା ।

Leave A Reply

Your email address will not be published.