Odisha Link
Bridging the Missing Links in Odisha

ଏଲନ୍‌ ମସ୍କ ପୁଣି ନମ୍ବର-୧

ଓଏଲ୍‌ ବ୍ୟୁରୋ: ଟ୍ବିଟର ମାଲିକାନା ହାତେଇବା ପରେ ଧନୀ ବ୍ୟକ୍ତି ତାଲିକାର ତଳକୁ ତଳ ଖସିଥିଲେ ଟେସ୍‌ଲାର ସିଇଓ ଏଲନ୍‌ ମସ୍କ। ଏବେ ପୁଣିଥରେ ବିଶ୍ବର ଧନୀ ବ୍ୟକ୍ତି ପାଲଟିଛନ୍ତି ଏଲନ୍‌ ମସ୍କ। ବ୍ଲୁମବର୍ଗ ରିପୋର୍ଟରୁ ଜଣାପଡ଼ିଛି, ୨୦୨୨ ମସିହାରେ ମସ୍କ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତିଙ୍କ ଆସନ ହରାଇ ବସିଥିଲେ। ଟେସ୍‌ଲାର ସେୟାର ହ୍ରାସ ପାଇଥିବାରୁ ମସ୍କଙ୍କ ସଂପତ୍ତି ବି ହ୍ରାସ ପାଇଥିଲା। ଯାହାଫଳରେ ସେ ଆଉ ବିଶ୍ବର ୧ ନମ୍ବର ଧନୀ ବ୍ୟକ୍ତି ହୋଇ ପାରିନଥିଲେ।

ଧନୀ ତାଲିକାରେ ବିଶ୍ବର ୧ ନମ୍ବରରେ ରହିଥିବା ଫ୍ରାନ୍ସର କୋଟିପତି ବେରନାର୍ଡ ଅରନଲ୍ଟ ଦ୍ବିତୀୟ ନମ୍ବରକୁ ଖସି ଆସିଛନ୍ତି। ତାଙ୍କ ସମ୍ପତ୍ତି ମୂଲ୍ୟ ୧୮୫ ଆରବ ଡଲାର ରହିଛି। ବ୍ଲୁମବର୍ଗ ବିଲିଅନିୟର୍ସ ଇଣ୍ଡେକ୍ସ ମୁତାବକ ମସ୍କଙ୍କ ସମ୍ପତ୍ତି ୨୪ ଘଣ୍ଟାରେ ୬.୯୮ ଆରବ ଡଲାର ବୃଦ୍ଧି ପାଇଛି। ଫଳରେ ପୁଣି ଥରେ କୋଟିପତି ତାଲିକାରେ ଟପରେ ରହିଛନ୍ତି ମସ୍କ।

ଗତ ସପ୍ତାହେ ଧରି ମସ୍କଙ୍କ କମ୍ପାନୀ ଟେସଲା ସେୟାର ଲଗାତାର ବୃଦ୍ଧି ପାଇଥିବା ଦେଖାଯାଇଥିଲା। କମ୍ପାନୀ ସେୟାରରେ ୫.୪୬ ପ୍ରତିଶତ ପ୍ରତି ବୃଦ୍ଧି ହେବା ଯୋଗୁ ପୁଣି ଥରେ ଧନୀ ତାଲିକାରେ ଶୀର୍ଷରେ ପହଞ୍ଚିଛନ୍ତି ମସ୍କ। ତାଲିକାରେ ତିନି ନମ୍ବରରେ ରହିଛନ୍ତି ଆମାଜନ ସିଇସ ଜେଫ୍ ବେଜୋସ।

ସୂଚନାଥାଉକି, ଚଳିତବର୍ଷ ପ୍ରାରମ୍ଭରେ ମସ୍କ ଏକ ରେକର୍ଡ କରିଥିଲେ। ସେ ଇତିହାସରେ ସର୍ବାଧିକ ଟଙ୍କା ହରାଇ ବିଶ୍ୱ ରେକର୍ଡ ସୃଷ୍ଟି କରି ଗିନିଜ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଥିଲେ। ଗିନିଜ ୱାର୍ଲ୍ଡ ରେକର୍ଡ ପକ୍ଷରୁ ଏକ ପ୍ରେସ୍‌ ରିଲିଜ୍‌ରେ କୁହାଯାଇଥିଲା ଯେ ପୂର୍ବରୁ ୨୦୦୦ ମସିହାରେ ୫୬ ବିଲିୟନ ଡଲାର ହରାଇ ଏହି ରେକର୍ଡ କରିଥିଲେ ଜାପାନର ଟେକ୍‌ ଇନ୍‌ଭେ‌ଷ୍ଟର୍‌ ମାୟାୟୋଶୀ ସନ୍‌।

Leave A Reply

Your email address will not be published.