Odisha Link
Bridging the Missing Links in Odisha

କାଲିଠୁ ଯୁକ୍ତ ଦୁଇ ପରୀକ୍ଷା, ଭାଗ ନେବେ ଆନ୍ଦୋଳନରେ ବସିଥିବା ଅଧ୍ୟାପକ

ଓଏଲ୍‌ ବ୍ୟୁରୋ: ଆସନ୍ତାକାଲିଠୁ ଆରମ୍ଭ ହେଉଛି ଯୁକ୍ତ ଦୁଇ ପରୀକ୍ଷା। ଏହି ସମୟରେ ରାଜଧାନୀରେ ୬୬୨ ବର୍ଗ ଅଧ୍ୟାପକ ଧାରଣାରେ ବସିଥିବାରୁ ପରୀକ୍ଷା ପରିଚାଳନା ନେଇ ସୃଷ୍ଟି ହୋଇଥିବା ଦ୍ୱନ୍ଦ୍ୱ ଦୂର ହୋଇଛି। କାରଣ ଯୁକ୍ତ ଦୁଇ ପରୀକ୍ଷାରେ ଭାଗ ନେବେ ଅଧ୍ୟାପକ। ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ପରେ ଏଭଳି ନିଷ୍ପତ୍ତି ନେଇଛି ୬୬୨ ବର୍ଗ ଅଧ୍ୟାପକ ସଂଘ।

୬୬୨ ବର୍ଗ ଅଧ୍ୟାପକ ସଂଘ ପକ୍ଷରୁ କୁହାଯାଇଛି, ଆମେ ପରୀକ୍ଷା ପରିଚାଳନାରେ ସାମିଲ ହେବୁ। ହେଲେ ଲୋୟର ପିଏମଜିରେ ପ୍ରତିକାତ୍ମକ ଆନ୍ଦୋଳନ ଜାରି ରହିବ। କେବଳ ସେତିକି ନୁହେଁ ଆସନ୍ତା ୧୦ରୁ ୧୨ ତାରିଖ ମଧ୍ୟରେ ବୈଠକ ବସିବା ନେଇ ସମ୍ଭାବନା ରହିଛି ବୋଲି ସଂଘ ପକ୍ଷରୁ କୁହାଯାଇଛି। ଆସନ୍ତା ୧୨ ତାରିଖ ମଧ୍ୟରେ ସେମାନଙ୍କ ଦାବି ପୂରଣ ନ ହେଲେ ପୁଣି ଥରେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଚେତାବନୀ ଦିଆଯାଇଛି।

ସଂଘ ପକ୍ଷରୁ ଆହୁରି କୁହାଯାଇଛି ଯେ, ପିଲାଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଅଧ୍ୟାପକମାନେ ପରୀକ୍ଷାରେ ସାମିଲ ହୋଇଥିବା କହିଛନ୍ତି। ଏହି ସମୟରେ ପୂର୍ବ ପରି ପ୍ରତିକାତ୍ମକ ଧାରଣା ଚାଲୁ ରହିବ ବୋଲି ସୂଚନା ଦେଇଛନ୍ତି ସଂଘ ସଭାପତି ଗୋଲକ ନାୟକ।

ସୂଚନାଥାଉକି, ୬୬୨ ବର୍ଗର ହଜାର ହଜାର ଅଧ୍ୟାପକ ପ୍ରାୟ ୨୦ ଦିନ ହେବ ୪ ଦଫା ଦାବି ପୂରଣ କରିବାକୁ ଲୋୟର ପିଏମଜିରେ ଧାରଣାରେ ବସିଛନ୍ତି। ସେମାନେ ନିଜ ଜିଦ୍‌ରେ ଅଡ଼ି ବସିଥିବା ବେଳେ ପରୀକ୍ଷା ପରିଚାଳନା ନେଇ ଏକପ୍ରକାର ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା।

Leave A Reply

Your email address will not be published.