Odisha Link
Bridging the Missing Links in Odisha

ପୂର୍ବ ଭାରତରେ ସମ୍‌ ହସ୍ପିଟାଲ୍‌ ୩ୟ, ଭୁବନେଶ୍ୱରରେ ପ୍ରଥମ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍‌ସେସ୍‌ ଆଣ୍ଡ ସମ୍‌ ହସ୍ପିଟାଲ୍‌ ଟାଇମ୍‌ସ ଅଫ୍‌ ଇଣ୍ଡିଆ ପ୍ରାୟୋଜିତ ଅଲ୍‌ ଇଣ୍ଡିଆ ମଲ୍ଟି ସ୍ପେଶିଆଲିଟି ହସ୍ପିଟାଲ୍‌ ର‍୍ୟାଙ୍କିଙ୍ଗ ସର୍ଭେ -୨୦୨୩ରେ ଭୁବନେଶ୍ୱରରେ ଶ୍ରେଷ୍ଠ ହସ୍ପିଟାଲ୍‌ ଭାବେ ମନୋନୀତ ହୋଇଛି।

୨୫୦ ଏମ୍‌ବିବିଏସ୍‌ ସିଟ୍‌ ବିଶିଷ୍ଟ ଆଇଏମ୍‌ଏସ୍‌ ଆଣ୍ଡ ସମ୍‌ ହସ୍ପିଟାଲ୍‌ ଏହି ର‌୍ୟାଙ୍କିଙ୍ଗରେ ମଲ୍ଟି ସ୍ପେଶିଆଲିଟି ହସ୍ପିଟାଲ୍‌ କ୍ୟାଟେଗୋରୀରେ ପୂର୍ବ ଭାରତରେ ତୃତୀୟ ସ୍ଥାନ ହାସଲ କରିଛି । ଏମ୍‌ସିଏଚ୍‌ ଏବଂ ଡିଏମ୍‌ ଭଳି ସୁପର ସ୍ପେଶିଆଲିଟି ବିଭାଗ ଥିବା ଏହି ହସ୍ପିଟାଲ୍‌ ୨୦୨୨ ନ୍ୟାସ୍‌ନାଲ୍‌ ଇନ୍‌ଷ୍ଟିଚ୍ୟୁସ୍‌ନାଲ ର‌୍ୟାଙ୍କିଙ୍ଗ ଫ୍ରେମ୍‌ୱାର୍କ(ଏନ୍‌ଆଇଆର୍‌ଏଫ୍‌) ର‍୍ୟାଙ୍କିଙ୍ଗରେ ୧୮ ତମ ସ୍ଥାନ ହାସଲ କରିଥିଲା।ସେହିପରି ଭୁବନେଶ୍ୱରରେ ଏମର୍ଜିଂ ହସ୍ପିଟାଲ୍‌ କ୍ୟାଟେଗୋରୀରେ ସମ୍‌ ଅଲ୍ଟିମେଟ୍‌ ମେଡିକେୟାର ୧ମ ସ୍ଥାନ ହାସଲ କରିଛି।

୧୬୦୦ ଶଯ୍ୟା ବିଶିଷ୍ଟ ଅତ୍ୟାଧୁନିକ ସ୍ୱାସ୍ଥ୍ୟସେବା ପ୍ରଦାନକାରୀ ସମ୍‌ ହସ୍ପିଟାଲ୍‌ରେ ସର୍ବାଧିକ ଡାକ୍ତର ଓ ବିଶେଷଜ୍ଞ ସ୍ୱାସ୍ଥ୍ୟସେବା ଯୋଗାଉଛନ୍ତି। ଏହି ହସ୍ପିଟାଲ୍‌ରେ ଗୋଟିଏ ଛାତ ତଳେ ଉକ୍ରୃଷ୍ଟ ଧରଣର ନର୍ସିଂ ସେବା, ଶ୍ରେଷ୍ଠ ଏନ୍‌ଏବିଏଲ୍‌ ଲାବୋରାଟୋରୀ ତଥା ରେଡିଓଲଜିକାଲ୍‌ ଚିକିତ୍ସା ଓ ସମସ୍ତ ପ୍ରକାର ସୁବିଧା ଉପଲବ୍ଧ। ଓଡ଼ିଶାରେ ପ୍ରଥମ ଥର ପାଇଁ ଆଇଏମ୍‌ଏସ୍‌ ଆଣ୍ଡ ସମ୍‌ ହସ୍ପିଟାଲ୍‌ରେ ସଫଳତାର ସହ ବୋନ୍‌ ମ୍ୟାରୋ ପ୍ରତ୍ୟାରୋପଣ, ଯକୃତ ପ୍ରତ୍ୟାରୋପଣ ଏବଂ ଅସ୍ଥି ଶଲ୍ୟ ସମସ୍ୟା ନିମନ୍ତେ ରୋବୋଟିକ୍‌ ଅସ୍ତ୍ରୋପଚାର କରାଯାଇଛି । ପ୍ରାୟ ୭୦ ପ୍ରତିଶତ ରୋଗୀ ଏହି ହସ୍ପିଟାଲ୍‌ରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମାଗଣାରେ ଚିକିତ୍ସିତ ହୋଇଥାନ୍ତି।

ସ୍ୱଳ୍ପ ମୂଲ୍ୟରେ ସମ୍‌ ହସ୍ପିଟାଲ୍‌ର ନେଫ୍ରୋଲୋଜି, ୟୁରୋଲୋଜି, କାର୍ଡିଓଲୋଜି, ସିଟିଭିଏସ୍‌, କ୍ଲିନିକାଲ୍‌ ହେମାଟୋଲୋଜି, ମେଡିକାଲ୍‌ ଅଙ୍କୋଲୋଜି, ସର୍ଜିକାଲ୍‌ ଅଙ୍କୋଲୋଜି, ହେମାଟୋ ଅଙ୍କୋଲୋଜି, ଇମ୍ୟୁନୋଲୋଜି ଆଣ୍ଡ ର‌୍ୟୁମାଟୋଲୋଜି, ପେଡିଆଟ୍ରିକ୍‌ ସର୍ଜରୀ, ନ୍ୟୁରୋଲୋଜି, ନ୍ୟୁରୋସର୍ଜରୀ, ପ୍ଲାଷ୍ଟିକ୍‌ ଆଣ୍ଡ କସ୍‌ମେଟିକ୍‌ ସର୍ଜରୀ, ଗ୍ୟାଷ୍ଟ୍ରୋଏନ୍‌ଟେରୋଲୋଜି, ଗ୍ୟାଷ୍ଟ୍ରୋ ଇନ୍‌ଟେଷ୍ଟାଇନାଲ୍‌ ସର୍ଜରୀ ଓ ହେପାଟୋଲୋଜି ଭଳି ସୁପରସ୍ପେଶିଆଲିଟି ବିଭାଗଗୁଡ଼ିକରେ ଉତମ ଚିକିତ୍ସା ପ୍ରଦାନ କରାଯାଉଛି।

Leave A Reply

Your email address will not be published.