Odisha Link
Bridging the Missing Links in Odisha

ସାହାଯ୍ୟ କରିବା ବାହାନାରେ ଯୁବତୀଙ୍କୁ ଦୁଷ୍କର୍ମ

ଦୁଷ୍କର୍ମର ଶିକାର ହୋଇଥିବା ଯୁବତୀ ଜଣକ ଏକ ହୋଟେଲରେ ୱେଟର ଭାବେ କାର୍ଯ୍ୟ କରନ୍ତି।

ଓଏଲ୍‌ ବ୍ୟୁରୋ : ରାଜଧାନୀରେ ଘଟିଥିବା ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ସାହାଯ୍ୟ କରିବା ବାହାନାରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ତେବେ ଦୁଷ୍କର୍ମର ଶିକାର ହୋଇଥିବା ଯୁବତୀ ଜଣକ ଏକ ହୋଟେଲରେ ୱେଟର ଭାବେ କାର୍ଯ୍ୟ କରନ୍ତି।

କୌଣସି କାରଣରୁ ଯୁବତୀ ଜଣକ ଗାଡି ନପାଇବାରୁ ରାସ୍ତାରେ ଲିଫ୍ଟ ମାଗିଥିଲେ। ଜଣେ ଯୁବକ ତାଙ୍କୁ ଲିଫ୍ଟ ଦେବା ବାହାନାରେ ଅଜଣା ଜାଗାକୁ ନେଇ ଦୁଷ୍କର୍ମ କରିଥିବା ଯୁବତୀ ଜଣକ ଅଭିଯୋଗ ଆଣିଛନ୍ତି। ତେବେ ମଙ୍ଗଳବାର ରାତିରେ ମୈତ୍ରୀ ବିହାର ଅଞ୍ଚଳରେ ଘଟିଛି ଏହି ଅଘଟଣ। ଭୁବନେଶ୍ୱରରେ ମୈତ୍ରୀ ବିହାର ଅଞ୍ଚଳରେ ଏହି ଘଟଣା ଘଟିବା ପରେ ଯୁବତୀ ଜଣକ ଥାନାରେ ଅଭିଯୋଗ କରିଥିଲେ। ଯୁବତୀଙ୍କ ଅଭିଯୋଗ ପରେ ଘଟଣାରେ ସମ୍ପୃକ୍ତ ଯୁବକଙ୍କୁ ପୁଲିସ ଗିରଫ କରିଥିବା ଜଣା ପଡିଛି।

Leave A Reply

Your email address will not be published.