Odisha Link
Bridging the Missing Links in Odisha

“ତୁମକୁ ହାତ ଯୋଡୁଛି, ଦୂରେଇ ଯାଅ ବର୍ଷା”

ଓଏଲ୍‌ ବ୍ୟୁରୋ: କିଛିଦିନର ନିରବତା ପରେ ପୁଣିଥରେ ଏବେ ଚର୍ଚ୍ଚାରେ ଓଲିଉଡ ଜଗତର ଷ୍ଟାର କପଲ କଳି। ଆଜି ଅପରାହ୍ନରେ ସୋସିଆଲ ମିଡିଆରେ ଅନୁଭବ ମହାନ୍ତିଙ୍କ ଏକ ପୋଷ୍ଟକୁ ନେଇ ଅନୁଭବ-ବର୍ଷାଙ୍କ ଦାମ୍ପତ୍ୟ କଳି ପୁଣିଥଣେ ଚର୍ଚ୍ଚାର ପରିସରକୁ ଆସିଛି। ସୋସିଆଲ ମିଡିଆର ସାହାର ନେଇ ଅଭିନେତାରୁ ରାଜନେତା ପାଲଟିଥିବା ଅନୁଭବ ମହାନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ତାଙ୍କ ଜୀବନରୁ ଏବଂ ତାଙ୍କ ପରିବାରଠାରୁ ଦୂରେଇ ଯିବା ପାଇଁ ହାତ ଯୋଡ଼ି ନିବେଦନ କରିଛନ୍ତି।

ସୋସିଆଲ ମିଡିଆରେ ଅନୁଭବ ଲେଖିଛନ୍ତି, ପିଲାଙ୍କ ଖୁସି ବାପାମାଆ ସବୁବେଳେ ଚାହାନ୍ତି। ଆମେ ଜାଣୁ କିଏ ଠିକ୍ ଏବଂ କିଏ ଭୁଲ। ମୋ ବାପାଙ୍କ ଦେହ ବହୁତ ଖରାପ, ସେ ଗୁରୁତର ଅବସ୍ଥାରେ ଆଇସିୟୁରେ ଅଛନ୍ତି। ତୁମକୁ ମୁଁ ହାତଯୋଡୁଛି, ଡେରି ନକରି ଶୀଘ୍ର ଦୂରେଇ ଯାଅ । ଆଉ ମୋ ବାପାମାଆଙ୍କୁ ଶାନ୍ତିରେ ଟିକେ ନିଶ୍ୱାସ ନେବାକୁ ଦିଅ। ମହାପ୍ରଭୁ ତୁମର ମଙ୍ଗଳ କରିବେ…।ସୋସିଆଲ ମିଡିଆରେ ବର୍ଷାଙ୍କୁ ଟ୍ୟାଗ୍ କରି ଅନୁଭବ ଏମିତି ଅନୁରୋଧ କରିଛନ୍ତି। ଅନ୍ୟପଟେ ବର୍ଷାଙ୍କ ପକ୍ଷରୁ ଏ ନେଇ କୌଣସି ପ୍ରତିକ୍ରିଆ ଆସିନାହିଁ।

ଷ୍ଟାର ଯୋଡ଼ି ଅନୁଭବ-ବର୍ଷାଙ୍କ ମାମଲା ଏବେ ବି କୋର୍ଟରେ ବିଚାରଧୀନ ଅଛି। ସେମାନଙ୍କ ବିବାହ ବିଚ୍ଛେଦକୁ ନେଇ କୌଣସି ଚୂଡାନ୍ତ ରାୟ କୋର୍ଟ ଦେଇ ନାହାନ୍ତି। ଏସବୁ ଭିତରେ ବି ଅନେକ ସମୟରେ ଉଭୟଙ୍କ ମଧ୍ୟରେ ସୋସିଆଲ ମିଡିଆରେ ଫାଇଟ ଲାଗି ରହିଥାଏ। କେତେବେଳେ ଟୁଇଟକୁ ନେଇ ତ କେତେବେଳେ ବାଇଟକୁ ନେଇ ଉଭୟଙ୍କ ମଧ୍ୟରେ ଚାଲିଥିବା ଫାଇଟ ଚର୍ଚ୍ଚାର ଖୋରାକ ଯୋଗାଇଥାଏ।

1 Comment
  1. Secy ,Sankha Dhwani Rasta Surakhya Samiti Odisha says

    Anubhav a cowerd ,his originality lost in film ।Behave like a gentleman ।Let her go ,do not haunch for any thing .Go to Ur work ,or before telling U as shrijiphonia she her self may show Dr consultation ।Anubhav now needs to brief pure truth on such lady ।after court order ।Congugal life over ।No mere at all ।Film land has many of her zodic sign who will sout for how far ?

Leave A Reply

Your email address will not be published.