Odisha Link
Bridging the Missing Links in Odisha

ଆଜି ବି ଇମ୍ରାନ୍‌ ଖାନଙ୍କୁ ଗିରଫ କରିପାରିଲାନି ପୁଲିସ

ଓଏଲ୍‌ ବ୍ୟୁରୋ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ଗିରଫକୁ ନେଇ ଚାଲିଛି ଛକପଞ୍ଝା। କୋର୍ଟ ତାଙ୍କ ଗିରଫଦାରୀ ଉପରେ ରୋକ ଲଗାଇବା ସତ୍ତ୍ୱେ ପୁଲିସ ତାଙ୍କୁ ଗିରଫ କରିବାକୁ ତାଙ୍କ ଘର ଆଗରେ ଡେରା ଜମାଇଛି। ଏହାରି ଭିତରେ ଇମ୍ରାନଙ୍କ ସମର୍ଥକ ଓ ପୁଲିସ ମୁହାଁମୁହିଁ ହୋଇଛନ୍ତି। ଆଜି ମଧ୍ୟ ତାଙ୍କ ଗିରଫଦାରୀକୁ ବିରୋଧ ଜାରି ରହିଛି। ଇମ୍ରାନଙ୍କ ଘର ନିକଟରେ ପିଟିଆଇ ସମର୍ଥକ ଓ ପୁଲିସ ଅଧିକାରୀ ମୁହାଁମୁହିଁ ହୋଇଛନ୍ତି।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ତୋସାଖାନା ମାମଲାରେ ପୁଲିସ ଆଜି ଭୋରୁ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଗିରଫ କରିବାକୁ ଚେଷ୍ଟା କରିଥିଲା। ହେଲେ ଏଥିରେ ବିଫଳ ହୋଇଥିଲା ପୁଲିସ। ସେପଟେ ଏବେ ଇମ୍ରାନ୍ ମାର୍ଚ୍ଚ ୧୮ ତାରିଖରେ କୋର୍ଟରେ ହାଜର ହେବେ ବୋଲି କହିଛନ୍ତି। ଏନେଇ ଲାହୋର ହାଇକୋର୍ଟର ବାର୍ ଅଧ୍ୟକ୍ଷ ସୂଚନା ଦେଇଛନ୍ତି।

୭୦ ବର୍ଷିୟ ଇମ୍ରାନ୍‌ ଖାନ ଦୁର୍ନୀତି ମାମଲାରେ ଛନ୍ଦି ହୋଇଛନ୍ତି। ନିଜ ପ୍ରଧାନମନ୍ତ୍ରୀତ୍ୱ କାଳରେ ଇମ୍ରାନ ଖାନ ବିଦେଶୀ ପ୍ରତିପକ୍ଷଙ୍କଠାରୁ ପାଇଥିବା ଉପହାରକୁ ବେନିୟମ ଭାବେ ବିକ୍ରି କରିଥିବା ଅଭିଯୋଗ ହୋଇଥିଲା। ପାକିସ୍ତାନର ନିର୍ବାଚନ ଆୟୋଗ ଏହି ମାମଲାରେ ଇମ୍ରାନ ଖାନଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ।

Leave A Reply

Your email address will not be published.