Odisha Link
Bridging the Missing Links in Odisha

ଝିଅକୁ ତଣ୍ଟି ଚିପି ହତ୍ୟା ଘଟଣା: ସମ୍ପୃକ୍ତ ମା’ ଗିରଫ

ପୋଷ୍ଟମର୍ଟମରୁ ହତ୍ୟା ସୂଚନା ମିଳିବା ପରେ ଗିରଫ କଲା ପୁଲିସ।

ଓଏଲ୍ ବ୍ୟୁରୋ : ଜଳେଶ୍ବରରେ ଘଟିଥିବା ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ନିଜ ଜନ୍ମ କଲା ଝିଅର ଜୀବନ ନେଇଛି ମା। ଗତ ୫ରେ ସିଆରୋଇ ଗାଁରେ ଘଟିଥିଲା ଏହି ହତ୍ୟାକାଣ୍ଡ। ନିଜ ୬ ଦିନର ଝିଅକୁ ତଣ୍ଟି ଚିପି ହତ୍ୟା ଘଟଣାରେ ସମ୍ପୃକ୍ତ ମା’ଙ୍କୁ ଗିରଫ କରିଛି ପୁଲିସ। ପୋଷ୍ଟମର୍ଟମରୁ ହତ୍ୟା ସୂଚନା ମିଳିବା ପରେ ଗିରଫ କଲା ପୁଲିସ।

ଖବର ଅନୁସାରେ, ଗତ ୫ରେ ସିଆରୋଇ ଗାଁରେ ଘଟିଥିବା ଏକ ହତ୍ୟାକାଣ୍ଡ ସାମ୍ନାକୁ ଆସିଥିଲା। ହେଲେ ଝିଅକୁ କୁକୁର ଝୁଣି ମାରିଛି ବୋଲି ପ୍ରଥମେ କହିଥିଲା ମା’। ତେବେ ଏହି ମାମଲାରେ କମର୍ଦ୍ଦା ପୁଲିସ ନିଜ ଆଡୁ ଏକ ମାମଲା ରୁଜୁ କରିଥିଲା। ତଦନ୍ତ ପରେ ପୁଲିସ ଜାଣିବାକୁ ପାଇଥିଲା ପାରିବାରିକ କଳହକୁ ନେଇ ନିଜ ଝିଅକୁ ହତ୍ୟା କରିଥିଲେ ମହିଳା। ତେବେ ଏହି ମାମଲାରେ ସମ୍ପୃକ୍ତ ମହିଳାଙ୍କୁ ଗିରଫ କରିଛି ପୁଲିସ।

Leave A Reply

Your email address will not be published.