ଶେଷ ଦିନିକିଆ: ନିର୍ଣ୍ଣାୟକ ମୁକାବିଲାରେ ପ୍ରଥମେ ବ୍ୟାଟିଂ କରିବ ଅଷ୍ଟ୍ରେଲିଆ

ଓଏଲ୍ ବ୍ୟୁରୋ: ଚେନ୍ନାଇରେ ଖେଳାଯାଉଥିବା ନିର୍ଣ୍ଣାୟକ ମ୍ୟାଚରେ ଭ୍ରମଣକାରୀ ଦଳ ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି। ଯାହାଫଳରେ ଭାରତ ପ୍ରଥମେ ବୋଲିଂ କରିବାକୁ ପଡ଼ିଆକୁ ଓହ୍ଲାଇବ ।
ଆଜି ଚେନ୍ନାଇରେ ଖେଳାଯାଉଛି ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜର ନିର୍ଣ୍ଣାୟକ ମୁକାବିଲା। ୩ ଟିକିଆ ମ୍ୟାଚ୍ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଭାରତ ବିଜୟୀ ହୋଇଥିବା ବେଳେ ଦ୍ବିତୀୟ ମ୍ୟାଚରେ ଅଷ୍ଟ୍ରେଲିଆ ଦଳ ବିଜୟୀ ହୋଇଛି। ତେବେ ଯେଉଁ ଦଳ ଆଜିର ମ୍ୟାଚ ଜିତିବ ସେହି ଦଳ ହି ସିରିଜ ବିଜେତା ହେବ।
ଭାରତୀୟ ଏକାଦଶ: ରୋହିତ ଶର୍ମା, ଶୁବମନ ଗିଲ୍, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, କେଏଲ୍ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଦେଜା, ଅକ୍ଷର ପଟେଲ, କୁଲଦୀପ ଯାଦବ, ମହମ୍ମଦ ସାମି, ମହମ୍ମଦ ସିରାଜ।
ସମ୍ଭାବ୍ୟ ଅଷ୍ଟ୍ରେଲିଆ ୧୧: ଡେଭିଡ୍ ୱାର୍ଣ୍ଣର, ଟ୍ରାଭିସ୍ ହେଡ୍, ଷ୍ଟିଭେନ୍ ସ୍ମିଥ୍, ମିଚେଲ୍ ମାର୍ଶ, ଆଲେକ୍ସ କ୍ୟାରି, ମାର୍ନୁସ ଲାବୁସନ, ମାର୍କସ ଷ୍ଟାଇନିସ୍, ସିନ୍ ଆବୋଟ୍,ଅଷ୍ଟନ ଅଗର, ମିଚେଲ୍ ଷ୍ଟାର୍କ, ଆଦାମ ଜାମ୍ପା।