Odisha Link
Bridging the Missing Links in Odisha

ଡିଜେ ଆଜେକ୍ସ ମୃତ୍ୟୁ ମାମଲା: ଇ-ମେଲକୁ ନେଇ ସାମ୍ନାକୁ ଆସିଲା ବଡ଼ ଖବର

ମେଲରେ ଉଭୟଙ୍କ ଭିତରେ ‘ରଶ୍ମୀ’ ପାଇଁ ଫାଟ ସୃଷ୍ଟି ହୋଇଥିବା ସୂଚନା ମିଳିଛି।

ଓଏଲ୍‌ ବ୍ୟୁରୋ: ଲୋକପ୍ରିୟ ଓଡ଼ିଆ ଡିଜେ ଆଜେକ୍ସ ମୃତ୍ୟୁ ରହସ୍ୟରେ ସାମ୍ନାକୁ ଆସିଲା ବଡ଼ ଖବର। ଇ-ମେଲକୁ ନେଇ ତଦନ୍ତରେ ନୂଆ ମୋଡ। ବାନ୍ଧବୀ ଜିଜ୍ଞାସାଙ୍କ ପାଖକୁ ଆଜେକ୍ସ ଲେଖିଥିବା ଶେଷ ମେଲ୍ ଦେଲା ବଡ଼ ସୁରାକ। ମେଲରେ ଉଭୟଙ୍କ ଭିତରେ ‘ରଶ୍ମୀ’ ପାଇଁ ଫାଟ ସୃଷ୍ଟି ହୋଇଥିବା ସୂଚନା ମିଳିଛି। ଶେଷ ମେଲରେ ନିଜର ଭଲପାଇବା, କ୍ଷୋଭ ସଂପର୍କରେ ଲେଖିଛନ୍ତି ଆଜେକ୍ସ। ଆଜେକ୍ସ ଆତ୍ମହତ୍ୟା ପଛରେ ବ୍ରେକଅପ କାରଣ ଥାଇପାରେ ବୋଲି ସନ୍ଦେହ କରାଯାଉଥିଲା।

ଆଜେକ୍ସ ସହ ବାନ୍ଧବୀ ଜିଜ୍ଞାସାର ବ୍ରେକଅପକୁ ନେଇ ଆଜେକ୍ସଙ୍କ ମା କହିଥିଲେ, ଜିଜ୍ଞାସା ସହ ବ୍ରେକଅପ ହୋଇନି। ବ୍ରେକଅପ ହୋଇଥିଲେ ରାତିରେ ଦେଖା କରିବାକୁ କାହିଁକି ଯାଇଥିଲା। ବ୍ରେକଅପ ହୋଇଥିଲେ ଉଭୟ ଫୋନରେ କଥା କେମିତି ହେଉଥିଲେ। ବ୍ରେକଅପ ହୋଇଥିଲେ ଏକାଠି କେକ୍ କାଟୁଥିଲେ କେମିତି ବୋଲି କହିଥିଲେ ଆଜେକ୍ସଙ୍କ ମା। ଆଜେକ୍ସଙ୍କ ମୃତ୍ୟୁ ମାମଲାକୁ ନେଇ ପୂର୍ବରୁ ଖାରବେଳନଗର ଥାନାରେ ତାଙ୍କ ବାନ୍ଧବୀଙ୍କ ବୟାନ ରେକର୍ଡ କରାଯାଇଥିଲା।ଖାରବେଳନଗର ଥାନାର ସ୍ୱତନ୍ତ୍ର ଟିମ୍ ଦ୍ୱାରା ପଚରାଉଚରା କରାଯାଇଥିଲା। ୧୬୧ ଧାରାରେ ବାନ୍ଧବୀଙ୍କର ବୟାନ ରେକର୍ଡ ହୋଇଥିଲା।

ସୂଚନା ଅନୁସାରେ, ଡିଜେ ଆଜେକ୍ସ ମୃତ୍ୟୁ ଘଟଣାରେ ପୂର୍ବରୁ ଆଉ ଏକ ତଥ୍ୟ ସାମ୍ନାକୁ ଆସିଥିଲା। ପ୍ରେମିକାଙ୍କ ବାର୍ଥ ଡେ’ ରାତିରେ ସୁଟ୍ ହୋଇଥିଲା ଅନସିନ୍ ଭିଡିଓ। ରାଜଧାନୀର ୟୁନିଟ-୩ ଅଞ୍ଚଳରେ ଥିବା ଏକ ଓୟୋରେ ହୋଇଥିଲା ବାର୍ଥ ଡେ’ ସେଲିବ୍ରେସନ। ଫେବ୍ରୁଆରୀ ୨୮ ତାରିଖରେ ସେଲିବ୍ରେସନ ବେଳେ ସୁଟ ହୋଇଥିଲା ଭିଡିଓ। ଯେଉଁ ଭିଡିଓ ପାଇଁ ବାନ୍ଧବୀ ଜଣକ ବ୍ଲାକମେଲ କରୁଥିବା ସନ୍ଦେହ କରାଯାଉଛି। ମୋବାଇଲରୁ ମିଳିଥିବା ମେସେଜରୁ ଏଭଳି ପ୍ରମାଣ ପାଇଥିଲା ପୁଲିସ। ବାନ୍ଧବୀ ସନ୍ଦେହ ଘେରରେ ଥିବାବେଳେ ବୟାନ ରେକର୍ଡ କରିଥିଲା ପୁଲିସ।

ଅନ୍ୟପକ୍ଷେ, ଡିଜେ ଆଜେକ୍ସଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ମଧ୍ୟ ଆସିଥିବା ଜଣା ପଡିଥିଲା। ବ୍ୟବଚ୍ଛେଦ ରିପୋର୍ଟ ଅନୁସାରେ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିବା ବ୍ୟବଚ୍ଛେଦ ରିପୋର୍ଟରୁ ସ୍ପଷ୍ଟ ହୋଇଥିଲା। ବେକରେ ରହିଛି ଦାଗ, ଅନ୍ୟ ସ୍ଥାନରେ ଚିହ୍ନ ନଥିବା ବ୍ୟବଚ୍ଛେଦ ରିପୋର୍ଟ ଅନୁସାରେ କୁହାଯାଉଛି।

Leave A Reply

Your email address will not be published.